ଫ୍ରାଞ୍ଚାଇଜ୍ କ୍ରିକେଟ୍ ଯୋଗୁ ହ୍ରାସ ପାଉଛି ଅନ୍ତର୍ଜାତୀୟ କ୍ରିକେଟର ମଜା । ଚିନ୍ତା ପ୍ରକାଶ କଲା ଏମସିସି ।

110

କନକ ବ୍ୟୁରୋ: ବ୍ୟସ୍ତବହୁଳ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ସୃଷ୍ଟି କରୁଛନ୍ତି ଅସୁବିଧା । ଘରୋଇ କ୍ରିକେଟ୍ ଲିଗ୍ ଯୋଗୁ ବାଧାପ୍ରାପ୍ତ ହେଉଛି ଅନ୍ତର୍ଜାତୀୟ ମ୍ୟାଚ୍ । କ୍ରିକେଟର ନିୟମ ପ୍ରସ୍ତୁତ କରୁଥିବା ସଂସ୍ଥା ମେଲବୋର୍ଣ୍ଣ କ୍ରିକେଟ୍ କ୍ଲବ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବଞ୍ଚାଇବା ଲକ୍ଷ୍ୟରେ ‘ତକ୍ରାଳ ହସ୍ତକ୍ଷେପ’ କରିବାକୁ ଅପିଲ୍ କରିଛି ।

ନୂଆକରି ଆରମ୍ଭ ହୋଇଥିବା ଏସଏଲଟି୨୦ ଓ ଆଇଏଲଟ୨୦ ସହିତ ଅନ୍ୟ ଫ୍ରାଞ୍ଚାଇଜ୍ ଲିଗ୍ ଅଧିକାଂଶ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଭବିଷ୍ୟତ କାର୍ଯ୍ୟସୂଚୀକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଲିଗର ପ୍ରଭାବ ଆଇସିସି ଉପରେ ମଧ୍ୟ ପଡୁଛି । ଯାହା ଫଳରେ ଦୁର୍ବଳ ଦେଶ ଗୁଡିକ ଅଧିକ ମ୍ୟାଚ୍ ଖେଳିବାକୁ ପାଉନଥିବାବେଳେ, କ୍ରିକେଟରେ ଏକ ଭୟଙ୍କର ଅସମାନତା ଦେଖିବାକୁ ମିଳୁଛି ବୋଲି କୁହାଯାଉଛି ।

ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବଳି ଦେଶ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ହେଲେ ଟେଷ୍ଟ ଖେଳୁଥିବା ଆଫଗାନିସ୍ତାନ, ଆର୍ୟଲ୍ୟାଣ୍ଡ ଓ ଜିମ୍ବାୱେ ଭଳି ଦେଶ ଶୀର୍ଷ ଟିମ୍ ସହିତ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଉନାହାଁନ୍ତି । ଯାହାର ଏକମାତ୍ର କାରଣ ହେଉଛି ଫ୍ରାଞ୍ଚାଇଜ୍ କ୍ରିକେଟ୍ । ଏମସିସି କହିଛି ଯେ, ଦୁବାଇରେ ଆୟୋଜିତ ହୋଇଥିବା ବୈଠକରେ ଏହା ହିଁ ଏକମାତ୍ର ଉଦ୍ଦେଶ୍ୟ ଥିଲା । ବ୍ୟସ୍ତ କ୍ରିକେଟ୍ ସୂଚୀ ଭିତରେ ଅନ୍ତର୍ଜାତୀୟ କ୍ରିକେଟକୁ କିପରି ବଞ୍ଚାଇ ରଖିହେବ ସେନେଇ ଆଲୋଚନା ହୋଇଥିବା କୁହାଯାଇଛି ।

ଏମସିସି ଶୁକ୍ରବାର ନିଜ ବୟାନରେ କହିଛି ଯେ, ୨୦୨୩ରେ ପୁରୁଷ କ୍ରିକେଟରେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଭରି ରହିଛି । ୨୦୨୭ ମସିହା ପର୍ଯ୍ୟନ୍ତ ଏହା ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ଚାପ ପକାଇବ । ତେବେ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ କିନ୍ତୁ ଏସବୁ ବାଧାବିଘ୍ନରୁ ଦୂରରେ ରହିବ ବୋଲି ଏମସିସି ପକ୍ଷରୁ କୁହାଯାଇଛି । ବୟାନରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ କ୍ରିକେଟ୍ ଓ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଭିତରେ ଏବେ ଏକପ୍ରକାରର ଲଢେଇ ଦେଖିବାକୁ ମିଳୁଛି ।