ପାକିସ୍ତାନରେ ହାତଗଣତି କିଛି ଦିନର ଖର୍ଚ୍ଚ ପାଇଁ ବଂଚିଛି ଅର୍ଥ,ସେପଟେ ଦେଶବାସୀଙ୍କ ଉପରେ ବଢୁଛି ମହଙ୍ଗାମାଡ

105

କନକ ବ୍ୟୁରୋ : ପାକିସ୍ତାନରେ ଘୋର ସଙ୍କଟ । ଆର୍ଥିକ ସଙ୍କଟ ଭୀତରେ ହୁ ହୁ ହୋଇ ବଢୁଛି ଦରଦାମ । ଦୁଇମୁଠା ଖାଦ୍ୟ ମିଳିବା ବି ଏଠି ଦିବା ସ୍ୱପ୍ନ ହେଲାଣି । ପାକିସ୍ତାନରେ ପିଆଜ କେଜି ୫ଶହ ଟଙ୍କାରେ ପହଁଚିଛ । ଡିଜେଲ ଓ ପେଟ୍ରୋଲ ଦାମ ୬୧ ପ୍ରତିଶତ ବୃଦ୍ଧି ପାଇଛି । ଚାଉଳ, ଅଟା, ଆଳୁ, ପିଆଜ,ର ଦାମ ୭୦ପ୍ରତିଶତ ବୃଦ୍ଧି ପାଇବା ଯୋଗୁଁ ଲୋକମାନେ ଭୋକରେ ଆଉଟପାଉଟୁ ହେଲେଣି । ପାକିସ୍ତାନର ମୁଦ୍ରାସ୍ପୀତି ବର୍ଷକ ଭିତରେ ଦୁଇଗୁଣା ବୃଦ୍ଧି ପାଇଛି । ୨୦୨୧ରେ ପାକିସ୍ତାନର ମୁଦ୍ରାସ୍ପୀତି ୧୨.୨୩ ରହିଥିବାବେଳେ ଏବେ ୨୦୨୨ରେ ୨୪.୫ ପ୍ରତିଶତ ଛୁଇଁଛି । ପାକିସ୍ତାନ ସ୍ଥିତ ସୁଧାରିବାକୁ ଆମଦାନୀ ଉପରେ ଗୁରୁତ୍ୱ ଦେଉଛି । କିନ୍ତୁ ବିଦେଶୀ ମୁୁଦ୍ରାପାଣ୍ଠି ମଧ୍ୟ ଶେଷ ହେବାକୁ ବସିଲାଣି । ସେପଟେ ସରକାର ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ସାହାବାଜ ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ସାଧାରଣ ଜନତା ଚପଲମାଡ କରୁଥିବା ଦେଖିବାକୁ ମିିଳିଛି ।