ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ଦେଶର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ଅନଲାଇନ୍ ସିଜିନ୍-୨ର ତାଜ ।

299

କନକ ବ୍ୟୁରୋ : କଳା ସଂସ୍କୃତି ଓ ଐତିହ୍ୟର ସହର ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ସାରା ଭାରତ ବର୍ଷର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୧ ଅପେରା ମିସ୍ ଇଣ୍ଡିଆ ଅନଲାଇନ୍ ସିଜିନ୍-୨ର ତାଜ୍ ପିନ୍ଧିଲେ ମୟୂରଭଞ୍ଜର ସୁନ୍ଦରୀ ଶୁଭାଙ୍ଗୀ ଜାନା । ଛୋଟବେଳୁ ନାଚ,ଗୀତ ଓ ଅଭିନୟରେ ରୁଚି ରଖିଥିବା ଶୁଭାଙ୍ଗୀ ନିଜର ଚେଷ୍ଟା, ଆତ୍ମବିଶ୍ୱାସ ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି ।

ସର୍ବଭାରତୀୟ ସ୍ତରରେ ଆୟୋଜିତ ଅପେରା ମିସ୍ ଇଣ୍ଡିଆ ତାଜ ପିନ୍ଧିଲେ ଓଡିଆ ଝିଅ । ୬୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ପିନ୍ଧିଛନ୍ତି ମୟୂରଭଞ୍ଜର ସୁନ୍ଦରୀ ଶୁଭାଙ୍ଗୀ ଜାନା । ୨୦୨୧ ଅପେରା ମିସ୍ ଇଣ୍ଡିଆ ଅନଲାଇନ୍ ସିଜିନ୍-୨ ପାଇଁ ଗତ ଡିସେମ୍ବର ୬ ତାରିଖରେ ଅଡିସନ ହୋଇଥିଲା, ଶୁଭାଙ୍ଗୀଙ୍କ ସମେତ ୬୪ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଫେବୃଆରୀ ୭ରେ ହୋଇଥିବା ଗ୍ରାଣ୍ଡଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ଜାତୀୟ ସୁନ୍ଦରୀ ଭାବେ ୨୦୨୧ ଅପେରା ମିସ୍ ଇଣ୍ଡିଆ ଟାଇଟଲ ପିନ୍ଧିଛନ୍ତି ବାରିପଦାର ଝିଅ ଶୁଭାଙ୍ଗୀ ।

ଶୁଭାଙ୍ଗୀ ବାରିପଦା କଲେଜ୍ରେ +୩ କଳାର ଦ୍ୱିତୀୟ ବର୍ଷର ଛାତ୍ରୀ । ମଡେଲିଂ, ଆଙ୍କରିଂ, ଆକ୍ଟିଂ, ପେନସିଲ୍ ପେଟିଂ ଓ ଡ୍ୟାସିଂରେ ରୁଚି ରଖିଥିବା ବେଳେ ସୁସ୍ୱାଦୁ ଖାଦ୍ୟ ରୋଷେଇ ବି କରିଥାନ୍ତି । ଏହାସହ ଶୁଭାଙ୍ଗୀ ଓଡିଆ,ବେଙ୍ଗଲି ଓ ନାଗପୁରି ଭାଷାରେ ଅନେକ ମ୍ୟୁଜିକ୍ ଭିଡିଓ କରିଛନ୍ତି । ତାଙ୍କ ଅଭିନିଟ ଓଡିଆ ସିନେମା “ଦିଲ୍ ମୋର ମାନେନା” ଚଳଚିତ୍ରରେ ରିଲିଜ୍ ଅପେକ୍ଷାରେ ରହିଛି । ସବୁଠାରୁ ବଡ କଥା ହେଉଛି ଏତେ ସବୁ ସଫଳତା ପାଇଁ କୌଣସି ଟ୍ରେନିଂ ନେଇ ନାହାନ୍ତି ଶୁଭାଙ୍ଗୀ ।

ଶୁଭାଙ୍ଗୀ ଆଗାମି ଦିନରେ ଫାମିନା ମିସ୍ ଇଣ୍ଡିଆରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଭବିଷ୍ୟତରେ ଜଣେ ସଫଳ ମଡେଲ ଓ ବଲିଉଡ୍ର ଅଭିନୟ କରିବାର ଲକ୍ଷ୍ୟ ରଖିଛନ୍ତି ।