ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କଠାରୁ ସୁସ୍ଥ ଆଗୁଆ : ୩ହଜାର ଟପିଲା ସୁସ୍ଥ ସଂଖ୍ୟା; ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୭୬୧କୁ ବୃଦ୍ଧି

102

କନକ ବ୍ୟୁରୋ : ମାସର ଷଷ୍ଠ ଦିନରେ ଜିଲ୍ଲା ପାଇଁ ସାମାନ୍ୟ ଆଶ୍ୱସ୍ତିର ଖବର ଆସିଛି। ଆଜି ଜିଲ୍ଲାରେ ୧୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦୨ ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏହା ଉତ୍ସାହଜନକ ରହିଛି। ଆଜି ମାତ୍ର ୪ଜଣ କ୍ୱାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୮ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ହଜାର ୭୬୧ରେ ପହଞ୍ଚିଛି ।

ବଡ଼ସାହି, ବହଳଦା, ବାରିପଦା ପୌରାଞ୍ଚଳ, ବେତନଟୀ, କରଞ୍ଜିଆ ଏବଂ ଠାକୁରମୁଣ୍ଡାରେ ସଂକ୍ରମଣ ଦୁଇ ଅଙ୍କରେ ରହିଥିବା ଜଣାପଡ଼ିଛି। ବର୍ତ୍ତମାନସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୩ହଜାର ଟପିଛି। ମୋଟ ସୁସ୍ଥସଂଖ୍ୟା ୩ହଜାର ୪୧ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧୭୧୨କୁ ଖସିଛି। ଜିଲ୍ଲାରେ ୮ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।