ନୂପୁରଙ୍କୁ ନେଇ ମୌଲାନାଙ୍କ ବଡ ବୟାନ, ଗଳାକାଟିବାକୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ କହିଲେ ‘ଗଧ’

367

କନକ ବ୍ୟରୋ : ବିଜେପିର ନିଲମ୍ବିତ ମୁଖ୍ୟପାତ୍ର ନୂପୂର ଶର୍ମାଙ୍କ ବୟାନକୁ ନେଇ ଦେଶ ଏବଂ ବିଦେଶରେ ମୋଦୀ ସରକାରଙ୍କୁ ବିରୋଧରେ ସମ୍ନା କରିବାକୁ ପଡୁଥିବା ବେଳେ ଏହାକୁ କେନ୍ଦ୍ର କରି ୫ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଗଲାଣି । ହେଲେ ଏହି ବୟାନ ପାଇଁ ନୂପୁରଙ୍କୁ ଖରାପ ବ୍ୟବହାର କରୁଥିବା ଏବଂ ତାଙ୍କ ତଣ୍ଟି କାଟିବାକୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ କଡ଼ା ଯବାବ ଦେଇଛନ୍ତି ମୁସଲିମ ନେତା ତଥା ଆସାମର ସାଂସଦ ମୌଲାନା ବଦ୍ରୁଉଦ୍ଦିନ ଆଜମଲ । ନୂପୁରଙ୍କୁ କ୍ଷମା କରିଦେବାକୁ ସେ ଅପିଲ କରିବା ସହ ଗଳା କାଟିବାକୁ କହୁଥିବା ବ୍ୟକ୍ତଙ୍କୁ ଗଧ ବୋଲି କହିଛନ୍ତି ବଦ୍ରୁଉଦ୍ଦିନ ଆଜମଲ । ଏଭଳି ବ୍ୟକ୍ତିଙ୍କୁ କାପୁରୁଷ ବୋଲି ସମ୍ବୋଧନ କରି ସେମାନେ ନିଜେ ଛୁରୀକୁ ଡରନ୍ତି ବୋଲି କହିଛନ୍ତି ମୌଲାନା ।

ନୂପୁରଙ୍କ ବୟାନକୁ ନେଇ ଦେଶରେ କେତକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ଏପରି ସ୍ଥଳେ କିଛି ଆରଏସଏସ୍ କର୍ମୀ ହିନ୍ଦୁସ୍ତାନକୁ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । କିନ୍ତୁ ଏହା ସେମାନଙ୍କ ସ୍ୱପ୍ନରେ ବି ସତ ହେବ ନାହିଁ । ସେମାନେ କେବେକି ହିନ୍ଦୁ-ମୁସଲିମଙ୍କ ଏକତାକୁ ଭାଙ୍ଗିପାରିବେ ନାହିଁ ବୋଲି କହିଛନ୍ତି ଆସାମ ଷ୍ଟେଷ୍ଟ ଜମାୟତ୍ ଉଲମାର ସଭାପତି ବଦ୍ରୁଉଦ୍ଦିନ ଆଜମଲ । ମୁସଲିମଙ୍କୁ ଇଦରେ ଗାଈ ନ ମାରିବାକୁ ଅପିଲ କରି ମୌଲାନା କହିଛନ୍ତି, ଇଦରେ ଗୋଟିଏ ଦିନ ଗାଈ ନ ଖାଇଲେ ତୁମେ ମରି ଯିବନି । ବଂର ହିନ୍ଦୁ ଭାଇଙ୍କ ସହ ମିଶି ଉତ୍ସବ ପାଳିବା ଦରକାର । କାରଣ ଆମର ପୂର୍ବଜ ହିନ୍ଦୁ ଥିଲେ ବୋଲି ସେ କହଛନ୍ତି ।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ ବିବାଦ ବଢୁଥିବା ବେଳେ ମୌଲାନଙ୍କ ଏହି ବୟାନ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକତା ସୃଷ୍ଟି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।