କାଲି ବିଜ୍ଞାନ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ: କିଭଳି ପ୍ରସ୍ତୁତି କରିବେ ଟିପ୍ସ ଦେଲେ ଶିକ୍ଷାବିତ୍

151

କନକ ବ୍ୟୁରୋ: ସ୍କୁଲ ଜୀବନରେ ଛାତ୍ରଛାତ୍ରୀଙ୍କ ଭୟ ଦୁଇଟି ବିଷୟ ପାଇଁ ରହିଥାଏ ଗୋଟିଏ ଗଣତି ଅନ୍ୟଟି ହେଉଛି ବିଜ୍ଞାନ । ବୁଧବାର ମାଟ୍ରିକ ପରୀକ୍ଷାର ବିଜ୍ଞାନ ପରୀକ୍ଷା ହେବାକୁ ଯାଉଛି । ତେଣୁ କେମିତି ଛାତ୍ରଛାତ୍ରୀ ଚାପମୁକ୍ତ ହୋଇ ବିଜ୍ଞାନ ପରୀକ୍ଷା ଦେବେ ସେନେଇ ଟିପ୍ସ ଦେଇଛନ୍ତି ଶିକ୍ଷାବିତ୍ ।

ଅନେକ ସ୍କୁଲ ପିଲା ଗଣତି ଭଳି ବିଜ୍ଞାନକୁ ମଧ୍ୟ ଭୟ କରନ୍ତି । ଭୌତିକ ବିଜ୍ଞାନରେ ଗଣତି ଭଳି ସୂତ୍ର ବୁଝିବାକୁ ପଡିଥାଏ । ଚଳିତ ବର୍ଷ ମାଟ୍ରିକ, ବିଜ୍ଞାନ ପରୀକ୍ଷାରେ ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟକୁ ମିଶାଇ ପିଲା ୮୦ ମାର୍କର ପରୀକ୍ଷା ଦେବେ । ୫୦ ମାର୍କ ଅବଜେକ୍ଟିଭ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ପଡିବ । ତେଣୁ ପିଲା ପ୍ରଶ୍ନକୁ ଭଲ ଭାବେ ବୁଝି ଉତର ଲେଖିବାକୁ ପରାମର୍ଶ ଦେଇଛନ୍ତି ବିଜ୍ଞାନ ଶିକ୍ଷକ ।

ବିଜ୍ଞାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ କିପରି ପ୍ରସ୍ତୁତ ହେବେ ସେ ସଂପର୍କରେ ଟିପ୍ସ ଦେଇଛନ୍ତି ଶିକ୍ଷାବିତ୍ ।
-ଭୌତିକ ବିଜ୍ଞାନର ସୂତ୍ର ମନେ ରଖିଲେ ଅସୁବିଧା ହେବନି
– ବିଜ୍ଞାନ ବହିର ଶେଷ ୩-୪ଟି ଅଧ୍ୟାୟ ଭଲ ଭାବେ ପଢିକି ଯିବେ
– ବିଜ୍ଞାନ ବହିର ଶେଷ ୩-୪ ଅଧ୍ୟାୟରୁ ୭୦ ପ୍ରତିଶତ ପ୍ରଶ୍ନ ପଡିବ
– ସରଳ ପ୍ରଶ୍ନର ଉତର ପ୍ରଥମେ ଲେଖିବେ
– ସମୟ ହେଲେ ଜଟିଳ ପ୍ରଶ୍ନର ଉତର କରିବାକୁ ଚେଷ୍ଟା କରିବେ
– ଜଟିଳ ପ୍ରଶ୍ନ ପାଖରେ ଅଟକିଯାଇ ସମୟ ନଷ୍ଟ ନକରିବାକୁ ପରାମର୍ଶ
– ଅଯଥା ଗୁଡାଏ ନଲେଖି ସଠିକ୍ ଉତର ଲେଖିବା
– ନିଜ ଭାଷାରେ ଉତର ଲେଖିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍

ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଜୁନ ୬ ତାରିଖ ଯାଏଁ ଚାଲିବ । ଏହାରି ଭିତରେ ଇଂରାଜୀ ଓ ଗଣିତ ପରୀକ୍ଷା ଶେଷ ହୋଇଥିବା ବେଳେ ବୁଧବାର ବିଜ୍ଞାନ ପରୀକ୍ଷା ହେବ, ଚାପ ମୁକ୍ତ ହୋଇ ପରୀକ୍ଷା ଦେଲେ କିଛି୍ ଅସୁବିଧା ହେବନି ବୋଲି କହିଛନ୍ତି ଶିକ୍ଷାବିତ୍ ।