ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ : ଜଣେ ଶିକ୍ଷକ ଓ ଜଣେ ଛାତ୍ର ଗୁରୁତର ସୂଚନା

124

କନକ ବ୍ୟୁରୋ : ମହୁମାଝି ଆକ୍ରମଣର ଶିକାର ହେଲେ ମାଟ୍ରିକ ପରୀକ୍ଷାର୍ଥୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲ କେନ୍ଦ୍ରକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସିଥିଲେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏହି ସମୟରେ ମହୁମାଛି ଆକ୍ରମଣ କରିଛି । ମହୁମାଛି ଆକ୍ରମଣ କରିବା ପରେ ଜଣେ ଶିକ୍ଷକ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଏପରିକି ଧାଁ ଦୌଡ ବେଳେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି ପଡିଯାଇ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି । ସେହିପରି ପରୀକ୍ଷାର୍ଥୀ ବିଶ୍ୱନାଥ ଜୁଆଙ୍ଗ ଗୁରୁତର ହୋଇଥିବାରୁ ଇଞ୍ଜେକସନ ନେବା ପରେ ପରୀକ୍ଷା ଦେଉଛନ୍ତି ।