ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ : ରାଜ୍ୟର ମୋଟ ୫୮ଟି କେନ୍ଦ୍ରରେ ହେବ ଖାତାଦେଖା

117

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା । ଦଶମ ଶ୍ରେଣୀ ସହିତ, ଏସଓଏସ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ । ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । ଏଥିପାଇଁ ପରୀକ୍ଷା ନୀରିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ।

ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏକଜାମିନରଙ୍କ ସହ ୯୦୦ ଜଣ ଡେପୁଟି ଏଗଜାମିନର, ୮ହଜାର ୯୧୯ଜଣ ସହକାରୀ ଏକଜାମିନର, ୯୩୦ ସ୍କୁଟିନାଇଜରଙ୍କୁ ନିୟୋଜିତ କରିଛି ବୋର୍ଡ଼ । ଖାତା ଦେଖା ପରେ ମାର୍କ ଅପଲୋଡ଼ କାମ ଅନଲାଇନରେ କରାଯିବ । ତେବେ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।