ସୋମବାର ଗଣିତ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । କେମିତି ପ୍ରସ୍ତୁତ ହେବେ, ପରୀକ୍ଷା ହଲରେ ସାମ୍ନା କରିବେ ପ୍ରଶ୍ନପତ୍ର? ଟିପ୍ସ ଦେଲେ ଶିକ୍ଷା ବିଶେଷଜ୍ଞ

242

କନକ ବ୍ୟୁରୋ: ଛାତ୍ର ଜୀବନରେ ମାଟ୍ରିକ ପରୀକ୍ଷା ବିଶେଷ ଗୁରୁତ୍ୱ ରଖିଥାଏ । ଆଉ ମାଟ୍ରିକ ପରୀକ୍ଷାରେ ଗଣିତ ପରୀକ୍ଷା ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ । ଗଣିତରେ ଅଧିକ ମାର୍କ ରଖିବା ଚାପ ରହିଥାଏ ଛାତ୍ରଛାତ୍ରୀଙ୍କ ଉପରେ । ସୋମବାର ଗଣିତ ପରୀକ୍ଷା ଥିବାରୁ କିପରି ଚାପମୁକ୍ତ ହୋଇ ପିଲାମାନେ ପରୀକ୍ଷା ଦେବେ ସେନେଇ ଟିପସ ଦେଇଛନ୍ତି ଶିକ୍ଷାବିତ ।

ଗଣିତରେ ଅଧିକ ମାର୍କ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଥାଏ । କାରଣ ଏହି ମାର୍କ ସାମଗ୍ରିକ ଭାବେ ମାଟ୍ରିକର ରେଜଲ୍ଟକୁ ପ୍ରଭାବିତ କରିଥାଏ । ଏପଟେ କିଛି ଛାତ୍ରଛାତ୍ରୀଙ୍କ ଗଣିତ ବିଷୟ ପ୍ରତି ଭୟ ରହିଥାଏ । ସୋମବାର ଗଣିତ ପରୀକ୍ଷା । ତେଣୁ ଚାପଗ୍ରସ୍ତ ନହୋଇ ପ୍ରଥମେ ପ୍ରଶ୍ନକୁ ଭଲ ଭାବେ ବୁଝି ସ୍ଥିର ଚିତ୍ତରେ ଉତ୍ତର ଦେବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍ । ଗଣିତ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ ଏବଂ କିପରି ପ୍ରଶ୍ନଗୁଡିକର ଉତ୍ତର ଦେବେ, ଏ ନେଇ ଟିପ୍ସ ଦେଇଛନ୍ତି ଶିକ୍ଷାବିତ୍ । ନଜର ପକାନ୍ତୁ କିଛି ଟିପ୍ସ ଉପରେ…

ଗଣିତ ପାଇଁ ଟିପ୍ସ

  • ଗଣିତ ବିଷୟରେ ଅଧିକ ପନ୍ଦର ମିନିଟ ସମୟ ରହିଛି, ଏହାର ସଦୁପଯୋଗ କରିବା ଉଚିତ
  • ସୂତ୍ରଗୁଡିକୁ ଘୋଷିବା ଅପେକ୍ଷା ଭଲ ଭାବେ ବୁଝି ମନେ ରଖିବା ଉଚିତ
  • ପ୍ରଶ୍ନ ଅନୁଯାୟୀ ସଠିକ୍ ସୂତ୍ରର ପ୍ରୟୋଗ କରିବା ଉଚିତ
  • ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନକୁ ଠିକ୍ ଭାବେ ବୁଝିବା ପରେ ଉତ୍ତର ଲେଖନ୍ତୁ
  • ୫ ମାର୍କ ସମ୍ବଳିତ ପ୍ରଶ୍ନର ଉତ୍ତରରେ ପ୍ରତି ଷ୍ଟେପ୍ ଉପରେ ଧ୍ୟାନ ଦିଅନ୍ତୁ
  • କାରଣ ମୂଲ୍ୟାଙ୍କନ ବେଳେ ଷ୍ଟେପ୍ ମାର୍କିଂ ରହିଛି
  • ସହଜ ପ୍ରଶ୍ନକୁ ପ୍ରଥମେ ଏବଂ କଷ୍ଟ ପ୍ରଶ୍ନର ସମାଧାନ ପରେ କରିବା ଉଚିତ
  • ଉତ୍ତର ଲେଖିବା ପରେ ପୁଣିଥରେ ଏହାକୁ ଭଲ ଭାବେ ପଢ଼ନ୍ତୁ
  • ଗାଣିତିକ ହିସାବଗୁଡିକୁ ଯାଞ୍ଚ କରନ୍ତୁ

ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଶୁକ୍ରବାର ହୋଇଥିବା ଇଂରାଜୀ ପରୀକ୍ଷା ପରେ ସହଜ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀମାନେ କହିଥିଲେ । ଗଣିତ ବିଷୟରେ ମଧ୍ୟ ବହୁତ ଭଲ ପ୍ରଶ୍ନ ଆସିବ ଏବଂ ପରୀକ୍ଷାର୍ଥୀ ଅଯଥା ଚାପଗ୍ରସ୍ଥ ନହୋଇ ପରୀକ୍ଷା ଦେବାକୁ ବିଶେଷଜ୍ଞ ମତ ରଖିଛନ୍ତି ।