କନକ ବ୍ୟୁରୋ : ଆକାଶରେ ଘୁରିବୁଲୁଛି ସେନା ହେଲିକପ୍ଟର । ଘଂଚ ଜଙ୍ଗଲରେ ପଇଁତରା ମାରୁଛି ଡ୍ରୋନ । ରାଜପଥରୁ ଆକ୍ରମଣସ୍ଥଳରେ ସୁରାକ ଖୋଜୁଛି ସ୍ନିପର ଡଗ୍ । ଗୁରୁବାର ଜମ୍ମୁକଶ୍ମୀର ପୁଂଚ୍ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ସେନା ପକ୍ଷରୁ ଆରମ୍ଭ ହୋଇଛି ବଡ ଧରଣର ସର୍ଚ୍ଚ ଅପରେସନ । କଳେବଳେ କୌଶଳେ ।  ମୃତ ହେଉକି ଜୀବିତ । ସେହି ୫ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏବେ ଆକ୍ସନ ମୋଡକୁ ଆସିଛି ଭାରତୀୟ ସେନା । ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଛନ୍ତି ୫ ବୀର ଜବାନ । ଏହା କଡ଼ା ଜବାବ ଦେବାକୁ ସ୍ଥିର କରିଛି ସେନା ।

Advertisment

•    ଆତଙ୍କୀଙ୍କ ଖୋଜରେ ସେନାର ଏମଆଇଏ ହେଲିକପ୍ଟର ନିୟୋଜିତ
•    ଆକାଶରୁ ଆତଙ୍କୀଙ୍କୁ ଖୋଜୁଛି ଡ୍ରୋନ୍
•    ସର୍ଚ୍ଚ ଅପରେସନରେ ୧୨ଟି ସନ୍ଧାନୀ କୁକୁର ସାମିଲ
•    ସେନା, ଜମ୍ମୁକଶ୍ମୀର ପୁଲିସ ଓ ଇଂଟେଲିଜେନ୍ସ ଟିମ୍ ସାମିଲ
•    ଏନଆଇଏ, ଏସଓଜି, ଫୋରେନ୍ସିକ ଟିମ ଓ ବମ୍ ସ୍କ୍ୱାର୍ଡ ସାମିଲ

ପୂରା ପୁଂଛ୍ ସେକ୍ଟରକୁ ଘେରାବନ୍ଧୀ କରିବା ସହ ତନ୍ନ ତନ୍ନ କରି ଚାଲିଛି ସର୍ଚ୍ଚ ଅପରେସନ । ଯେଉଁ ସ୍ଥାନରେ ଆତଙ୍କୀମାନେ ସେନା ଗାଡିକୁ ଟାର୍ଗେଟ କରି ଗ୍ରେନେଡ  ଓ ଗୁଳିମାଡ କରିଥିଲେ ସେହି ସ୍ଥାନରେ ଶୁକ୍ରବାରଠୁ ସେନାର ବରିଷ୍ଠ ଅଧିକାରୀ ଓ ତଦନ୍ତକାରୀ ସଂସ୍ଥା ଏନଆଇଏ ପହଁଚି ସାରିଛି ।

ଆକ୍ରମଣରେ ୫ରୁ ୭ ଆତଙ୍କବାଦୀ ସମ୍ପୃକ୍ତ ଥିବା ପ୍ରମାଣ ମିଳିସାରିଛି । ଏମାନଙ୍କ ମଧ୍ୟରେ ୩ଜଣ ପାକିସ୍ତାନରୁ ୨ଜଣ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାପଡିଛିି । ଜମ୍ମୁକଶ୍ମୀର ପୁଲିସ ଓ ସେନା ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରଶ୍ନ ଉଠୁଛି—

ଆତଙ୍କବାଦୀଙ୍କୁ ଦିଅ ମୁହଁତୋଡ଼ ଜବାବ
•    କିଭଳି ଆତଙ୍କବାଦୀମାନେ କଡ଼ା ସୁରକ୍ଷା ସତ୍ତେ ସୀମାରେ ଅନୁପ୍ରବେଶ କରୁଛନ୍ତି?
•    କିଭଳି ସୁରକ୍ଷାକର୍ମୀଙ୍କ ଆଖିରେ ଧୁଳି ଦେଇ ସେନାଗାଡି ରୁଟ୍ରେ ପହଁଚୁଛନ୍ତି?
•    ଏମାନଙ୍କୁ ସ୍ଥାନୀୟ ଆତଙ୍କୀଙ୍କ ସାହାଯ୍ୟ ମିଳୁଛି ନା କିଛି ଅଲଗାବାଦୀ ନେତାଙ୍କ ହାତ ରହିଛି?
•    ଜମ୍ମୁକଶ୍ମୀରରେ ଆତଙ୍କ ନୁହେଁ ଶାନ୍ତି ରହିଥିବା ସରକାର ଦାବି କରୁଛନ୍ତି, କିନ୍ତୁ ପ୍ରକୃତରେ ଚିତ୍ର କିଛି ଭିନ୍ନ କଥା ବଖାଣୁଛି
•    ବାରମ୍ବାର ସେନା ଉପରେ ଆକ୍ର୍ରମଣ ପାଇଁ ଦାୟୀ କିଏ?

ପ୍ରାଥମିକ ତତନ୍ତ ଅନୁସାରେ ଲେହ ଲଦାଖ ଓ କଶ୍ମୀରରେ ହେବାକୁ ଥିବା ଜି-୨୦ ସମିଟରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା ପାକିସ୍ତାନର ଏକ ଷଡଯନ୍ତ୍ର ଥିଲା । ପାକର ଗୁଇନ୍ଦା ସଂସ୍ଥା ଆଇଏସଆଇର ଇସାରାରେ ଲସ୍କର ଏକ ତୋୟବା ଏହି ଆକ୍ରମଣ କରିଛି । ଏହା ଭିତରେ ଦାବି ଉଠିଲାଣି ପୁଲୱାମା ଓ ଉରୀ ଆତଙ୍କୀ ଘଟଣା ପରେ ମୋଦୀ ସରକାର ସର୍ଜିକାଲ ଓ ଏୟାରଷ୍ଟ୍ରାଇକ କରି ପାକିସ୍ତାନକୁ ଯେଉଁ କଡ଼ା ଜବାବ ଦେଇଥିଲେ ଏବେ ଠିକ ସେଭଳି କିଛି ଆଭିମୁଖ୍ୟ ପୁଣି ଥରେ ଗ୍ରହଣ କରାଯାଉ