ଗ୍ୟାଙ୍ଗଷ୍ଟର ହାଇଦରର ଗାଁରେ ବଡ଼ଧରଣର ହଲଚଲ । କୌଣସି ଅପ୍ରିତିକର ପରିସ୍ଥିତିର ଆଶଙ୍କା କରି ପହରା ଦେଉଛି ପୁଲିସ୍, କେନ୍ଦ୍ରପଡ଼ା ସହର ସମେତ ୪ ପଂଚାୟତରେ ୧୪୪ ଧାରା ଲାଗୁ

329

କନକ ବ୍ୟୁରୋ: ଦୁର୍ଦ୍ଦାନ୍ତ ଅପରାଧୀ, ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ଏନକାଉଣ୍ଟ ପରେ ପୋଲିସ ଛାଉଣିରେ ପରିଣତ ହୋଇଛି ସମ୍ପୂର୍ଣ୍ଣ କେନ୍ଦ୍ରାପଡା ସହର । ଯେ କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ୧୪୪ ଧାରା ଲାଗୁ ହୋଇଛି । ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ । କଟକଣାକୁ ମାନିବାକୁ ଲୋକଙ୍କୁ ସତର୍କ କରିଛି ପ୍ରଶାସନ ।

ହାଇଦର ଜେଲ ଭିତରେ ଥାଇ ବି ବାହାରେ ତାର ଅପରାଧିକ ସାମ୍ରାଜ୍ୟକୁ ଚଳାଉଥିଲା । ଜେଲ ଭିତରୁ ଥାଇ ପ୍ରସ୍ତୁତ କରୁଥିଲା କ୍ରାଇମର ବ୍ଲୁପ୍ରିଂଟ । ଆଉ ତାକୁ ରୂପ ଦେଉଥିଲେ ତାର ସହଯୋଗୀ । ତେଣୁ ଏବେ ହାଇଦରର ମୃତ୍ୟୁ ପରେ ତାର ସହଯୋଗୀମାନେ ସହରରେ ଯେଭଳି କୌଣସି ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ନକରନ୍ତି ତାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି କରିଛି ପ୍ରଶାସନ । ସହରର ପ୍ରମୁଖ ସ୍ଥାନ ସମେତ ଛକ ଛକରେ ଜଗିଛନ୍ତି ପୋଲିସ ।

ହାଇଦରର ଘରକୁ ଯିବାକୁ ଥିବା ସମସ୍ତ ବାଟକୁ ସିଲ କରିଛି ପୋଲିସ । ହାଇଦର ଘରକୁ ସଂଯୋଗ କରୁଥିବା ରାସ୍ତାରେ ଲୋକଙ୍କ ଯାଆସ ଉପରେ କଟକଣା ଲଗାଇଛି ପୋଲିସ ।