ଠପ୍ ହେଲା ଅମରନାଥ ଯାତ୍ରା : ଭାରି ବର୍ଷା ଓ ଭୁସ୍ଖଳନରେ ପ୍ରାଣ ହରାଇଥିବା ୫ଜଣଙ୍କୁ ମଧ୍ୟରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର, ଫସିରହିଛନ୍ତି ୧୪ଶହ ଯାତ୍ରୀ

22

କନକ ବ୍ୟୁରୋ : ପୁଣି ଅମରନାଥ ଯାତ୍ରାରେ ବାଧକ ସାଜିଲା ପ୍ରବଳ ବର୍ଷା । ଭୂସ୍ଖଳନ ଯୋଗୁଁ ପବିତ୍ର ଅମରନାଥ ଯାତ୍ରା ଉପରେ ପୁଣି ଥରେ ରୋକ ଲାଗିଛି । ବର୍ଷାରେ ଜମ୍ମୁର ପହଲଗାମ ଓ ବାଲଟାଲ ରାସ୍ତାରେ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ ଅମରନାଥ ଯାତ୍ରା ବନ୍ଦ ରହିଛି । ସେପଟେ ଏହି ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ୧୫ଶହ ଯାତ୍ରୀ ଫସିରହଥିବା ବେଳେ ୯୬ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ନେପାଳଗଂଜ ଓ ହିଲସାରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ଶିବିରକୁ ଅଣାଯାଇଛି । ସୁଖୋଇ ବିମାନ ଯୋଗେ ଅନ୍ୟ ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛ ।

ଭୁସ୍ଖଳନରେ ମୃତ୍ୟୁବରଣ କରିଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ୨ଜଣ ମୃତଦେହ ଉଦ୍ଧାର କରାଯାଇଥିଲା । ବାରିମାର୍ଗ–ରେଳପତଗୀରି ରାସ୍ତାରେ ହୋଇଥିବା ଭୁସ୍କଳନ ଯୋଗୁଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ଯାତ୍ରୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୧୧ରେ ପହଂଚିଛି । ସେପଟେ ସେନା ଓ ପୁଲିସ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ନେପାଳକୁ ମଧ୍ୟ ସହଯୋଗର ହାତ ବଢାଇବାକୁ କହିଛି ଭାରତ । ଚଳିତ ଥର ଅମତରନାଥ ଯାତ୍ରା ଆରମ୍ଭରୁ ହିଁ ପାଗ ଖରାପ ଥିବାରୁ ଯାତ୍ରା ପ୍ରଭାବିତ ହେଉଛି ।