ପାକିସ୍ତାନରେ ହାହାକାର । ଅନ୍ଧାରରେ ଇସ୍ଲାମାବାଦ, କରାଚୀ ସମେତ ୨୨ ଜିଲ୍ଲା

251

କନକ ବ୍ୟୁରୋ: ପାକିସ୍ତାନ ଏବେ ଶ୍ରୀଲଙ୍କା ପରିସ୍ଥିତି ଭୋଗୁଛି । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ଏଠାରେ ବିଦ୍ୟୁତ୍ ସଙ୍କଟ ଦେଖାଦେଉଛି । ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାରୁ ଇସ୍ଲମାବାଦ, କରାଚୀ ସହ ୨୨ ଜିଲ୍ଲାରେ ବିଦ୍ୟୁତ୍ ଶକ୍ତି ନପହଞ୍ଚିବାରୁ ଏସବୁ ଜିଲ୍ଲା ଘୋର ଅନ୍ଧାର ଭିତରେ ରହିଛି ।

ତଙ୍ଗହାଲି ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକଙ୍କ ସମସ୍ୟା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ସୋମବାର ପାକିସ୍ତାନରେ ମାସ୍ ପାୱାର କଟ୍ ହୋଇଥିବାରୁ ଇସ୍ଲାମାବାଦ୍ , କରାଚି ସହ ୨୨ଟି ଜିଲ୍ଲାରେ ଅନ୍ଧାର ଘୋଟିଛି । ଏନେଇ ଦେଶର ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟୋକ୍ତି ଦେଇଛି । ତେବେ ବିଦ୍ୟୁତ ସରବରାହରେ ମେଣ୍ଟେନାନ୍ସ ହେଉଥିବାରୁ ଏଭଳି ସମସ୍ୟା ଦେଖାଯାଇଥିବା ଟ୍ୱିଟ କରି ଜଣାଇଛନ୍ତି ଶକ୍ତି ମନ୍ତ୍ରଣାଳୟର ମୁଖପାତ୍ର ।