କନକ ବ୍ୟୁରୋ : ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକା । ସ୍କୁଲକୁ ଖାଲି କଲେ ପ୍ରଧାନ ଶିକ୍ଷକ । ଘଟଣାସ୍ଥଳରେ ଚାରିଛକ ପୋଲିସ, ଦମକଳ ବାହିନୀ, ଓ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Advertisment

ଏଥି ସହିତ ଛାତ୍ରଛାତ୍ରମାନଙ୍କୁ ନିକଟସ୍ଥ ପଞ୍ଚ।ୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁଯାୟୀ ସ୍କୁଲର ଅଫିସ ଗୃହରେ ପିଲାମାନଙ୍କ ପାଇଁ ବୁଟ ସିଜା ହେଉଥିବା ବେଳେ ଗ୍ୟାସ ଲିକ ହୋଇ ଜଳିଥିଲା । ନିଆଁ ବ୍ୟାପି ଯାଇ ଅଫିସ ରୁମରେ ଥିବା କାଗଜ ପତ୍ର ପୋଡି ଯାଇଥିବା ସୂଚନା ମିଳିଛି ।