ଋଷ-କ୍ରିମିଆକୁ ଯୋଡ଼ୁଥିବା ରୋଡ ଏବଂ ରେଲୱ ବ୍ରିଜରେ ଭୟଙ୍କର ବିସ୍ଫୋରଣ: ଜଳିଗଲା କାର୍ଗୋ ଟ୍ରେନ, ଭୁଷୁଡିଲା ବ୍ରିଜ

238

କନକ ବ୍ୟୁରୋ: ରୁଷ ଏବଂ କ୍ରିମିଆକୁ ଯୋଡ଼ୁଥିବା ରୋଡ ଏବଂ ରେଲୱ ବ୍ରିଜରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ବ୍ରିଜର କିଛି ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଗୋଟିଏ ପାଶ୍ୱର୍ ଭୁଷୁଡି ପଡିଛି । ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଋଷ ପକ୍ଷରୁ କୁହାଯାଇଛି । ବ୍ରିଜ୍ରେ ନିଆଁ ଜଳୁଥିବାର ଏକ ଭିଡ଼ିଓ ଏବେ ଇଂଟରନେଟରେ ଭାଇରାଲ ହେଉଛି । ବିସ୍ଫୋରଣ ଯୋଗୁ ପାୟ ୧୦ ଘଂଟା ଯାତାୟତ ବନ୍ଦ ରହିବା ପରେ ସଡ଼କ ପଥ ବ୍ରିଜ୍ ପୁଣି ଚାଲୁ ହୋଇଛି । କିନ୍ତୁ ରେଲୱେ ବ୍ରିଜ ଠିକ୍ କରିବାକୁ ସମୟ ଲାଗିବ ବୋଲି ଋଷ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ନିଆଁ ଲାଗିବା ଯୋଗୁଁ ବ୍ରିଜ ଉପରେ ଯାଉଥିବା କାର୍ଗୋ ଟ୍ରେନର ଡ଼ବା ଗୁଡ଼ିକ ଜଳିଯାଇଛି ।

ସେପଟେ ଏହି ବିସ୍ପୋରଣ ପରେ ରୁଷ ରାଷ୍ଟ୍ରପତି ପୁଟିନ ଏଫଏସବି ଅଧିକାରୀଙ୍କୁ ସତର୍କ କରାଇଛନ୍ତି । ୨୦୧୪ରେ ୟୁକ୍ରେନ ଠାରୁ କ୍ରିମିୟା ଉପଦୀପକୁ ଛଡାଇନେଇଥିଲା ଋଷ । ପରେ ୨୦୧୮ରେ ଋଷ ସହ କ୍ରମିୟାକୁ ଯୋଡିବା ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଥିଲା । ଉଭୟ ସଡକ ଏବଂ ରେଳପଥ ଥିବା ଏହି ବ୍ରିଜ୍କୁ ପୁଟିନ୍ ଉଦଘାଟନ କରିଥିଲେ । ଆଜି ପୁଟିନଙ୍କ ୭୦ ତମ ଜନ୍ମଦିବସ ଥିବା ବେଳେ ଏଭଳି ୟୁକ୍ରେନ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ୟୁକ୍ରେନ ସରକାରଙ୍କ ପରାମର୍ଶଦାତା ମିଖାଇଲ ପୋଡ଼େଲିକ କହିଛନ୍ତି , ଏହା କେବଳ ଆରମ୍ଭ ମାତ୍ର । ଯାହା ସବୁ ଅବୈଧ ରହିଛି ସେ ସବୁକୁ ନଷ୍ଟ କରାଯିବ । ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ର ହେବ ବୋଲି ସେ ଧମକ ଦେଇଛନ୍ତି । ୟୁକ୍ରେନର ଜଣେ ସୁରକ୍ଷା ଅଧିକାରୀ ନିଆଁ ଜଳୁଥିବାର ଭିଡିଓ ପୋଷ୍ଟ କରି ପୁଟିନଙ୍କୁ ଜନ୍ମଦିନର ସୁଭେଚ୍ଛା ଜଣାଇଛନ୍ତି । ଘଟଣା ପରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଯାଇଛି । ଋଷ ରାଷ୍ଟ୍ରପତି ପୁଟିନ ବି ୟୁକ୍ରେନକୁ ଚେତାବନୀ ଦେଇଛନ୍ତି ।