କନକ ବ୍ୟୁରୋ : କରୋନା ସଙ୍କଟ ସମୟରେ ଉତ୍ତରପ୍ରଦେଶର ଉନ୍ନାଓରେ ୧୬ଜଣ ସରକାରୀ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରଙ୍କ ଅଭିଯୋଗ ମୁତାବକ, ଜିଲ୍ଲା ପ୍ରାଶସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି। ସାମୂହିକ ଇସ୍ତଫାର ଗୋଟିଏ କପି ଡାକ୍ତରମାନେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଓ ଆଉ ଗୋଟିଏ କପି ଡାକ୍ତର ସଂଘଙ୍କୁ ପଠାଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଇସ୍ତଫା ଦେଇଥିବା ୧୬ଜଣ ଡାକ୍ତର ଅଭିଯୋଗ କରି କହିଛନ୍ତି, ଏଭଳି କରୋନା ସଙ୍କଟ ସମୟରେ ଆମେ ଆମର କର୍ତ୍ତବ୍ୟକୁ ପୂରା ନିଷ୍ଠାରେ ତୁଲାଉ ଥିଲୁ। ଏହା ସତ୍ତ୍ବେ ବି ପ୍ରଶାସନ ଅଧିକାରୀ ଦଣ୍ଡାତ୍ମକ ଆଦେଶ ଜାରି କରି ଖରାପ ବ୍ୟବହାର କରୁଥିଲେ। କେବଳ ଏତିକି ନୁହେଁ, ବିଭାଗୀୟ ଉଚ୍ଚଅଧିକାରୀମାନେ ବି ଏଭଳି ବ୍ୟବହାର କରିବାରେ ଲାଗିଥିଲେ।
ପିଏଚସି ଗଞ୍ଜମୁରାଦାବାଦର ଡାକ୍ତର.ସଞ୍ଜୀବ କୁମାରଙ୍କ କହିବାନୁସାରେ, ଯେଭଳି ଆମ ସହିତ ବ୍ୟବହାର କରାଯାଉଛି କଷ୍ଟ ଲାଗୁଛି। ଆରଟି-ପିସିଆର ପରୀକ୍ଷା ହେଉ ଅବା କୋଭିଡ ଟିକାର କୌଣସି ବ୍ୟବସ୍ଥା ହେଉ, ତତ୍କାଳ ଟାରଗେଟ ଦିଆଯାଏ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ସହିତ ଖରାପ ବ୍ୟବହାର କରାଯାଇଥାଏ।