ଗୋଟିଏ ବେଦୀରେ ଗୋଟିଏ ଦିନରେ ବିବାହ ବନ୍ଧନରେ ବାନ୍ଧି ହେଲେ ୬ ଯୋଡି । ଗଣବିବାହ କରାଇ ଜାନିଯୌତୁକ ଦେଇ କନିଆଁଙ୍କୁ ଶାଶୁଘର ପଠାଇଲା ବ୍ରହ୍ମପୁର ଇନର ହ୍ୱିଲ୍ କ୍ଲବ

107

କନକ ବ୍ୟୁରୋ: ଗୋଟିଏ ଦିନରେ, ଗୋଟିଏ ମଣ୍ଡପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୬ଟି ଯୋଡି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣ ବିବାହର ଆୟୋଜନ କରିଥିଲା ବ୍ରହ୍ମପୁର ଇନର୍ ହ୍ୱିଲ୍ କ୍ଲବ୍ । ଆଉ ପରିବାରର ଆର୍ଥିକ ଅନାଟନ ଭିତରେ ବିବାହ ଆଶା ମଉଳି ଯାଉଥିବା ଯୁବକ-ଯୁବତୀଙ୍କ ବିବାର କରାଇଛି ଏହି କ୍ଲବ୍ । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ଗୋଟିଏ ବେଦୀରେ ୬ ବର, ୬ କନିଆ । ଚାଲିଛି ମନ୍ତ୍ରପାଠ, ପଡିଛି ହାତଗଣ୍ଠି । ଆଉ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୬ଟି ଯୋଡି । ନାଲି ଶାଢି, ନାଲି ଓଢଣୀରେ ସଜେଇ ହୋଇଥିବା ଏହି କନିଆଁଙ୍କ ବିବାହ କରାଇଛି ବ୍ରହ୍ମପୁରର ଇନର ହ୍ୱିଇଲ୍ କ୍ଲବ । ଆଉ ଏହି ଗଣ ବିବାହ ବ୍ରହ୍ମପୁର ଶୁଭମ୍ ସେଲିବ୍ରେସନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି ।ପାରମ୍ପରିକ ରୀତିରେ ଜାନି ଯୌତୁକ ଦେଇ, ଭୋଜିଭାତ କରି ଗରିବ ଶ୍ରେଣୀର ଏହି ଝିଅମାନଙ୍କ ବିବାହ କରାଇଛି କ୍ଲବ । 

ଏହି ୬ ଯୋଡିଙ୍କ ମଧ୍ୟରୁ ୩ଟି ଯୋଡି ପରସ୍ପରକୁ ଭଲ ପାଉଥିଲେ । ତେବେ ପରିବାରର ଅର୍ଥିକ ଅନାଟନ ଯୋଗୁଁ ବିବାହ କରିପାରୁନଥିଲେ । ସେହିଭଳି ଅନ୍ୟ ୩ଟି କନିଆଁଙ୍କ ପାଇଁ ପରିବାରର ସହମତି କ୍ରମେ ବ୍ରହ୍ମପୁରର ଇନର ହ୍ୱିଇଲ୍ କ୍ଲବ ବରପାତ୍ର ଚିହ୍ନଟ କରି ବିବାହ କରାଇଛି । ପ୍ରତିବର୍ଷ ଏହି କ୍ଲବ ଏମିତି ଗଣ ବିବାହର ଆୟୋଜନ କରିଥାଏ । ତେବେ ଚଳିତ ବର୍ଷ ଏଠାରେ ଜଣେ ଦୃଷ୍ଟିହୀନ ଯୁବକଙ୍କୁ ଜଣେ ସକ୍ଷମ ଯୁବତୀ ଓ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଜଣେ ସକ୍ଷମ ଯୁବକ ନିଜ ଇଛାରେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ।