ପ୍ରଶ୍ନପତ୍ର ଭୁଲ ପ୍ରସଙ୍ଗ ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ପ୍ରଶ୍ନପତ୍ର ଲିକ୍ ନୁହେଁ… ମୁଦ୍ରଣ ତ୍ରୁଟି

69

କନକ ବ୍ୟୁରୋ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରଶ୍ନପତ୍ର ଭୁଲ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଶ୍ନପତ୍ର ଲିକ୍ ନୁହେଁ ବରଂ ଏହା ମୁଦ୍ରଣ ତ୍ରୁଟି । ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନର ସେଟରେ ମୁଦ୍ରଣ ଭୁଲ ରହିଛି । ଏହାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ମୂଲ୍ୟାୟନ ବେଳେ ଏହାକୁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ସମୀର ଦାସ ।