ମାସ୍କ ନପିନ୍ଧିଲେ ଫାଇନ ଗଣିବେ… ଆଜିଠୁ ବିନା ମାସ୍କରେ ଘରୁ ବାହାରିଲେ ତଣ୍ଡ ଗଣିବେ ଉଲ୍ଲଙ୍ଘନକାରୀ । ଜାଣନ୍ତୁ ଧରାପଡିଲେ କେତେ ଲାଗିବ ଜରିମାନା ?

711

କନକ ବ୍ୟୁରୋ: ମାସ୍କ ପିନ୍ଧିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମାସ୍କ ନପିନ୍ଧିଲେ ଦେବାକୁ ପଡିବ ଫାଇନ । ବିନା ମାସ୍କରେ ଘରୁ ଗୋଡ କାଢିଲେ ନିୟମ ଉଲ୍ଲଙ୍ଘନକାରୀ ଗଣିବେ ତଣ୍ଡ । ମାସ୍କ ବ୍ୟବହାର ନକରିବା ଏକ ଦଣ୍ଡ ହୋଇଥିବାରୁ ଆଜିଠାରୁ ସର୍ବସାଧାରଣରେ ମାସ୍କ ନପିନ୍ଧିଲେ ଲାଗିବ ଜରିମାନା ।

ତେବେ ପ୍ରଥମ ୩ଟି ଭୁଲ କଲେ ବା ବିନା ମାସ୍କର ମାମଲା ହେଲେ ୨୦୦ ଟଙ୍କା ଲେଖାଏଁ ଫାଇନ୍ ପଡିବ । ଯଦି କେହି ୩ଟି ଭୁଲ ବା ମାମଲା ପରେ ପୁଣି ବିନା ମାସ୍କରେ ବାହାରକୁ ବାହାରନ୍ତି ତାଙ୍କ ଉପରେ ୫୦୦ ଟଙ୍କା ଫାଇନ୍ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଆଜିଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । ସକାଳ ୭ରୁ ଏହି ନିର୍ଦ୍ଦେଶ କାଯ୍ୟକାରୀ ହୋଇଛି । ମୁହଁ ଓ ନାକ ଢାଙ୍କି ହେଲା ଭଳି ମାସ୍କ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା ବିରୋଧ ଲଢେଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି ।

ମାସ୍କ ନଥିଲେ ରୁମାଲ ଓ କପଡା ମଧ୍ୟ ବ୍ୟବହାର କରିହେବ । ତେବେ ଏହା ଯେପରି ୨ ସ୍ତରୀୟ ବିଶିଷ୍ଟ ହେବ ଲୋକେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ଜଣେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ଜଣେ ବ୍ୟବହାର କରିପାରିବେ ନାହିଁ । ତେବେ ଆଜିଠାରୁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଯଦି କେହି ଏହି ନିମୟ ଅବମାନନା କରନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗିବ ।