ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଷ୍ଟାର ବକ୍ସର ମାରି କମ୍ । ସେପଟେ ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା

302

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତର ଷ୍ଟାର ବକ୍ସର ମାରୀ କମ୍ । ପ୍ରଥମ ମୁକାବିଲାରେ ସହଜ ବିଜୟ ହାସଲ କରିଛନ୍ତି ମାରୀ କମ୍ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ଖେଳାଳିଙ୍କୁ ୪-୧ରେ ହରାଇଛନ୍ତି । ଏହି ବିଜୟ ସହ ମ୍ୟାରୀକମ୍ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ମାରୀ କମ୍ ଆସିବା ମାତ୍ରେ ଆଟାକ୍ ଆରମ୍ଭ କରିଦେଇଥିଲେ । ତାଙ୍କ ପରବର୍ତୀ ମୁକାବିଲା ଜୁଲାଇ ୨୯ ତାରିଖରେ କଲମ୍ବିଆର ଭିକ୍ଟୋରିଆଙ୍କ ସହ ହେବ ।

ଭାରତର ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରାଙ୍କ ଜବରଦସ୍ତ ପ୍ରଦର୍ଶନ । ଓମେନ ସିଙ୍ଗିଲ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଛନ୍ତି । କଡା ମୁକାବିଲାରେ ସେ ୟୁକ୍ରେନ୍ ପେସୋତ୍୍ସ୍କାଙ୍କୁ ୪-୩ରେ ହରାଇଛନ୍ତି । ମନିକା ପେସୋତ୍୍ସ୍କାଙ୍କୁ ୪-୧୧, ୪-୧୧, ୧୧-୦୭, ୧୨-୧୦, ୮-୧୧, ୧୧-୧୫ ଓ ୧୧-୧୭ରେ ହରାଇ ବିଜୟୀ ହୋଇଛନ୍ତି । ପଂଚମ ଗେମ୍ ପର୍ଯ୍ୟନ୍ତ କଡା ମୁକବିଲା ଦେଖିବାକୁ ମିଳିଥିଲା । ହେଲେ ଷଷ୍ଠ ରାଉଣ୍ଡରେ ବିଜୟୀ ହୋଇଥିଲେ ମନିକା ।