କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ବୁଧବାର ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିବା ଡିଏସପି ହୁମାୟୁନ୍ ଭଟ୍ଟଙ୍କ ଶେଷ ଫୋନ୍ କଲକୁ ନେଇ ଏବେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଉଛି । ଗୁଳି ବାଜିବା ପରେ ମେଡିକାଲରେ ଅତି ଗୁରୁତର ଥିବା ଅବସ୍ଥାରେ ୟୁମାୟୁନ୍ ପ୍ରଥମେ ବାପା ତଥା ପୂର୍ବତନ ରିଟାୟାର୍ଡ ଡିଆଇଜି ଗୁଲାମ ହସନ୍ ଭଟ୍ଟଙ୍କୁ ଫୋନ କରିଥିଲେ ଏବଂ ସେ ଭଲ ହୋଇଯିବେ ବୋଲି କହିଥିଲେ । ଏହାପରେ ପତ୍ନୀ ଫାତିମାଙ୍କୁ ଭିଡିଓ କଲ କରିଥିଲେ ଏବଂ ଯାହା କହିଥିଲେ ଜାଣିଲେ ଆପଣଙ୍କ ଆଖି ଭିଜିିଯିବ ।

Advertisment

ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ ସମୟବେଳେ ନିଜ ଟ୍ରୁପକୁ ଲିଡ କରୁଥିବାବେଳେ ଡିଏସପି ହୁମାୟୁନ୍ ଭଟ୍ଟଙ୍କ ଦେହରେ ଗୁଳି ବାଜିଥିଲା । ଜଙ୍ଗଲ ଜାଗା ହୋଇଥିବାରୁ ସେଠାରେ ଏତେ ଶୀଘ୍ର ପହଞ୍ଚିପାରିନଥିଲା ହେଲିକପ୍ଟର । ତେଣୁ ଗୁରୁତର ଡିଏସପି ଏବଂ ସହିଦ ହୋଇଥିବା ଅନ୍ୟ ସେନାଧିକାରୀଙ୍କୁ ଏତେ ଶୀଘ୍ର ଏୟାରଲିଫ୍ଟ କରାଯାଇପାରିନଥିଲା । ଫଳରେ ହୁମାୟୁନଙ୍କ ଶରୀର ପ୍ରବଳ ରକ୍ତସ୍ରାବ ହୋଇ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ହସ୍ପିଟାଲ ରେ ପହଞ୍ଚିବା ପରେ ଘର ଲୋକଙ୍କୁ ଫୋନ୍ କରି କଥା ହୋଇଥିଲେ ହୁୁମାୟୁନ୍ ।

ତାଙ୍କ ଆଖି ଆଗରେ ନାଚିଯାଇଥିଲା କୁନି ଝିଅ କଥା । ପତ୍ନୀ ଫାତିମାଙ୍କୁ ଭିଡିଓ କଲ୍ କରି କଥା ହୋଇଥିଲେ । ଆଉ ଝିଅକୁ ଥରେ ଦେଖିବାକୁ କହିଥିଲେ । ଫୋନରେ ହୁମାୟୁନ୍ କହିଥିଲେ ‘ମୁଁ ଯଦି ମରିଯାଏ ତାହାଲେ ପ୍ଲିଜ୍ ଆମ ଝିଅର ଧ୍ୟାନ ରଖିବ’ । ଆଉ କିଛି ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସ୍ୱାମୀଙ୍କର ଶେଷ କଥାକୁ ମନେ ପକାଇ ଘାରି ହେଉଛନ୍ତି ପତ୍ନୀ ଫାତିମା ।