ହାଇକୋର୍ଟଙ୍କ ଐତିହାସିକ ରାୟ: ବିବାହିତ ଝିଅ ବି ପାଇବେ ଅନୁକମ୍ପାମୂଳକ ନିଯୁକ୍ତି

584

କନକ ବ୍ୟୁରୋ: କୌଣସି ସରକାରୀ କର୍ମଚାରୀଙ୍କ ଚାକିରୀରେ ଥାଇ ମୃତ୍ୟୁ ଘଟିଲେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ବିବାହିତ ଝିଅଙ୍କୁ ବି ମିଳିବ ଅଧିକାରୀ । ଏଭଳି ଐତିହାସିକ ରାୟ ଦେଇଛନ୍ତି ହାଇକୋର୍ଟ ।

ପୂର୍ବରୁ କେବଳ ପୁଅ କିମ୍ବା ଅବିବାହିତ ଝିଅ ଏହାର ସୁଯୋଗ ପାଇଆସୁଥିଲେ । ଏବେ ହାଇକୋର୍ଟ କହିଛନ୍ତି, ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନୀତିରେ ରହିଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ହାଇକୋର୍ଟ କହିଛନ୍ତି,
– ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ଦିଆନଯିବା ମନୋମୁଖୀ ନିଷ୍ପତ୍ତି
– ଏହା ସମ୍ବିଧାନର ଧାରା ୧୪, ୧୫ ଓ ୧୬(୨)ର ଉଲ୍ଲଙ୍ଘନ କରୁଛି
– ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରସଙ୍ଗରେ ପଦ କ୍ଷେପ ନିଅନ୍ତୁ ସରକାର
ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀକୁ ନେଇ ଗଠିତ ଖଣ୍ଡପୀଠ ବାସନ୍ତୀ ନାୟକଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
-ବାସନ୍ତୀଙ୍କ ବାପା ପ୍ରାଥମିକ ଶିକ୍ଷକ ଭାବେ କାମ କରୁଥିବାବେଳେ ୨୦୦୧ରେ ପେବୃଆରୀ ୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା ।
-ଆବେଦନକାରୀଙ୍କ ସମେତ ତାଙ୍କର ଦୁଇଝିଅ ଥିଲେ
-ଆବେଦନକାରୀ ବିବାହିତ ଝିଅ ହୋଇଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେଇନଥିଲେ ସ୍କୁଲ ଇନସ୍ପେକ୍ଟର

ଏହା ବିରୋଧରେ ବାସନ୍ତୀ ନାୟକ ହାଇକୋର୍ଟ ଯାଇଥିଲେ । ଶେଷରେ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଖାରଜ କରିଛନ୍ତି ।