ରାଜଧାନୀରେ ବରଯାତ୍ରୀ ଶୋଭାଯାତ୍ରାରେ କଟକଣା ! ଟ୍ରାଫିକ୍ ସମସ୍ୟା ନେଇ କମିଶନରେଟ୍ ପୁଲିସର ନିଷ୍ପତ୍ତି

25

କନକ ବ୍ୟୁରୋ :  ରାଜଧାନୀରେ ଏବେ ଚଳବନି ଆଉ ମନମୁଖି ବାହାଘର ଶୋଭାଯାତ୍ରାର ବ୍ୟବସ୍ଥା । ଏବେ କମିଶନରେଟ୍ ପୁଲିସ୍ ଲାଗୁକରିଛି ଏକ ନିୟମ । ଯାହାକି ରାଜଧାନୀରେ ବରଯାତ୍ରୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି ।

ରାଜଧାନୀର ୫ଟି ମୁଖ୍ୟରାସ୍ତାରେ ଶୋଭାଯାତ୍ରା ମନା ହୋଇଛି । ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଭାୟା ଏଜି, କଳ୍ପନା ଛକରୁ ରାଜଭବନ ଛକ, ରାଜଭବନରୁ କିଟ୍ ଛକ ,ବାଣୀବିହାର ଛକରୁ ଶିଶୁ ଭବନ , ରସୁଲଗଡରୁ ରବି ଟକିଜ୍ ଛକ ପର୍ଯ୍ୟନ୍ତ । ଟ୍ରାଫିକ୍ ସମସ୍ୟା ନେଇ କମିଶନରେଟ୍ ପୁଲିସର ଏପରି ନିଷ୍ପତ୍ତି ବୋଲି ସୂଚନା ମିଳିଛି ।

ଓଡିଶାର ମୁଖ୍ୟ ଶାସନ କେନ୍ଦ୍ର ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ ଜନସଂଖ୍ୟା ବଢିବାରେ ଲାଗିଛନ୍ତି । ଏହାସହ ଏଠାର ଟ୍ରାଫିକ୍ ସମସ୍ୟା ପାଲଟିଛି ମୁଣ୍ଡବଥାର କାରଣ । ମୁଖ୍ୟରାସ୍ତା ଗୁଡିକରେ ବାହାଘର ବରଯାତ୍ରୀ ଶୋଭାଯାତ୍ରା ବେଳେ ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ନିକଟରେ ଏହି ବିଷୟରେ କମିଶନରେଟ୍ ପୁଲିସର ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହାଦ୍ୱାରା ସାଧାରଣ ଲୋକେ ସୁରୁଖୁରୁରେ ଯାତାୟତ କତିପାରିବେ । ପୂର୍ବରୁ ରାଜଧାନୀର ୪ଟି ପ୍ରମୁଖ ରାସ୍ତାକୁ ବରଯାତ୍ରୀ ଶୋଭାଯାତ୍ରା ନିଷିଦ୍ଧ କରିଯିବା ନେଇ ନିଷ୍ପତ୍ତ ନିଆଯାଇଥିଲା ।

ଏବେ କମିଶନରେଟ୍ ପୁଲିସର ଏହି ନିଷ୍ପତ୍ତିରେ ନିଶ୍ଚୟ ରାଜଧାନୀବାସୀ ସନ୍ତୁଷ୍ଟ ହେବେ । ହୁଏତ କିଛି ଲୋକଙ୍କର ଆଡମ୍ବରପୂର୍ଣ୍ଣ ବାହାଘରର ସଉକରେ ପ୍ରତିବନ୍ଧକ ହୋଇପାରେ । କିନ୍ତୁ ଏହା ଦ୍ୱାରା ରାଜଧାନୀର ଲୋକେ ଓ ଟ୍ରାଫିକ୍ ସମସ୍ୟାର ସମସ୍ୟା ସୁଧୁରି ପାରିବ ବୋଲି ଆଶା କରାଯାଏ ।