ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା : ୫୦ ହଜାର ଟଙ୍କାରୁ ପ୍ରୋତ୍ସାହନ ରାଶୀକୁ ବଢାଇଲେ ସରକାର

ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଦିବ୍ୟାଙ୍ଗଙ୍କ ମାନସିକ ସ୍ଥିତିକୁ କରିବ ମଜଭୁତ

306

କନକ ବ୍ୟୁରୋ : ଏଣିକି ଦିବ୍ୟାଙ୍ଗଙ୍କୁ ବାହାହେଲେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ଏଥିପାଇଁ ୫୦ହଜାର ଟଙ୍କାର ପ୍ରୋତ୍ସାହାନ ରାଶି ମିଳୁଥିଲା । ଏବେ ଆଉ ଦୁଇ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶୀ ମିଳିବ । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମା । ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ଯୋଗ୍ୟ ଦମ୍ପତିଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ ।