କନକ ବ୍ୟୁରୋ :  ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀଙ୍କ ବିବାଦ । କାଲିଠୁ ଭୁବନେଶ୍ୱରର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀର ସମସ୍ତ ବ୍ୟବସାୟୀ ବଜାର ସଂଘ । ଏ ସମ୍ପକରେ ଆଜି ସକାଳ ୧୧ଟାରେ ଭୁବନେଶ୍ୱର ସମସ୍ତ ବ୍ୟବସାୟୀ ସଂଘର ବୈଠକ ହେବାର ଅଛି ।

Advertisment

ସେପଟେ ଥଇଥାନ ନେଇ ଉଠା ଦୋକାନୀ ସଂଘ ବିକ୍ଷୋଭ ଆରମ୍ଭ କରିଛି । ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବ ଚିହ୍ନଟ ହୋଇଥିବା ସମସ୍ତ ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ କରିବାକୁ ସୁଯୋଗ ଦେବାକୁ ଦାବି କରିଛି ଉଠାଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ ।

ଆବଶ୍ୟକ ପଡିଲେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ସହ ଭୁବନେଶ୍ୱର ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ । ଗୋଟିଏ ପଟେ ସ୍ଥାନୀୟ ଦୋକାନୀମାନେ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ଉଠା ଦୋକାନୀଙ୍କ ଚେତାବନୀ ବିଏମସିକୁ ଚିନ୍ତାରେ ପକାଇ ଦେଇଛି । ଯଦି ସମସ୍ୟାର ସମାଧାନ ନହୁଏ ଭୁବନେଶ୍ୱରରେ ପରିସ୍ଥିତି ଜଳିଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।