ଛତିଶଗଡରେ ମାଓବାଦୀ ପାଳନ କରୁଛନ୍ତି ସହିଦ ସପ୍ତାହ । ନିହତ ମାଓବାଦୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

96

କନକ ବ୍ୟୁରୋ : ଛତିଶଗଡରେ ମାଓବାଦୀ ମାନେ ପାଳନ କରିଛନ୍ତି ସହିଦ ସପ୍ତାହ ଦିବସ । ସେପଟେ ମାଓବାଦୀ ମାନେ ଜାରି କରିଛନ୍ତି ଭିଡିଓ, ଶହେରୁ ଉଦ୍ଦ୍ୱର୍ ଚେତନା ନାଟ୍ୟ ମଣ୍ଡଳିର ସଦସ୍ୟ ନାଚ ଗିତ ମାଧ୍ୟମରେ ମୃତ୍ୟୁ ବରଣ କରିଥିବା ସାଥୀଙ୍କୁ ଶ୍ରଦ୍ଦାଂଜଳି ଦେଇଛନ୍ତି । ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ପାଖାପାଖି ଦୁଇ ଶହ ମାଓବାଦୀ ।
ପ୍ରତ୍ୟେକ ବର୍ଷ ୨୮ଜୁଲାଇରୁ ୩ଅଗଷ୍ଟକୁ ମାଓବାଦୀମାନେ ସହିଦ ସପ୍ତାହ ଦିବସ ଭାବେ ପାଳନ କରିଥାନ୍ତି । ଏହି ସମୟରେ ମାଓବାଦୀମାନେ ବଡ ଧରଣର ଅଘଟଣ ଘଟାଇବାକୁ ଚିନ୍ତାକରିଥାନ୍ତି । ହାଇଆର୍ଲଟରେ ଅଛି ଛତିଶଗଡ ପୋଲିସ । ସର୍ଚିଙ୍ଗ ଅପରେସନକୁ ବଢାଯିବା ସହ ଯବାନଙ୍କ ସଂଖ୍ୟା ବେସ କ୍ୟାମ୍ପରେ ବଢାଇଦିଆଯାଇଛି ବୋଲି ସୂଚନା ମିଳିଛି ।