କନକ ବ୍ୟୁରୋ: ଦୁବର୍ଳ ହେଉଛି ମାଓ ସଙ୍ଗଠନ । ପୁଣି ଥରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ସ୍ୱାଭିମାନ ଅଂଚଳ ସମେତ କାଲିମେଳା ଓ ମାଥିଲି ଅଂଚଳରୁ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ମାନେ । ଏହି ଅଂଚଳରୁ ୧ କ୍ୱିଂଟାଲ ୨୫ କିଲୋଗ୍ରାମ ଜିଲୋଟିନ ସହ , ୨ ଗ୍ୟାସ୍ ଗନ୍, ୪ଟି ଏସବିଏମଏଲ ବନ୍ଧୁକ, ୨ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ୍, ଗ୍ରେନେଡ, ଲ୍ୟାଣ୍ଡମାଇନ୍ ସହ ଡିଟୋନେଟର ଓ କୋଡେକ୍ସ ତାର ଜବତ ହୋଇଛି । ତେବେ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହିତ ମାଲକାନଗିରି ଏସ୍ ପି ପ୍ରମୁଖ ଉପସ୍ଥିତ ରହି ଜିଳ୍ଲାର ମାଓ ସ୍ଥିତି ସମୀକ୍ଷା କରୁଛନ୍ତି ।
ମାଲକାନଗିରିରେ ଭୁଷୁଡୁଛି ମାଓ ସଙ୍ଗଠନ: କାଲିମେଳା ଓ ମାଥିଲି ଅଂଚଳରୁ ବହୁ ମାଓ ସାମଗ୍ରୀ ଜବତ କଲେ ଯବାନ
/kanak/media/post_attachments/wp-content/uploads/2022/10/10-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)