କେଉଁଠି ଓ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ ? ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିଶ୍ରାମଗାରର ଆସିଲା ଚିତ୍ର; ଲେଖାଅଛି ମୃତକ ମାଓବାଦୀଙ୍କ ନାଁ

ପୂର୍ବରୁ ଯୋଡାମ୍ବ ଓ ଗୋରାସେତୁରେ ଠାବ ହୋଇଥିଲା ଲାଲକୋଠି

149

କନକ ବ୍ୟୁରୋ : କେଉଁଠି ଆଉ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ । ସ୍ୱାଭିମାନ ଅଂଚଳର ଘଂଚ ଜଙ୍ଗଲ ଭିତରେ ଭୟ ସୃଷ୍ଟି କରୁଥିବା ମାଓବାଦୀମାନଙ୍କ ବିଶ୍ରାମଗାର ଚିତ୍ର ଏବେ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ସ୍ଥିତ ଓରାପଦର ଲଂଚ ଘାଟରେ ଏକ ବିଶ୍ରାମଗାର ନିର୍ମାଣ କରାଯାଇଛି । ଏଠାରେ ମାଓବାଦୀଙ୍କ ରେଷ୍ଟ ହାଉସ ବୋଲି ସ୍ପଷ୍ଟ ଭାବେ ଲେଖା ହୋଇଛି । ନାଲି ରଙ୍ଗର ଏହି ଘରେ ମୃତ ମାଓବାଦୀ ମିନା, ରାକେଶ ଓ ଆଡମାଙ୍କ ନାଁ ମଧ୍ୟ ଉଲେଖ ରହିଛି ।

ପୂର୍ବରୁ ଯୋଡାମ୍ବ ଓ ଗୋରାସେତୁ ଠାରେ ମାଓବାଦୀଙ୍କ ଏପରି ୨ଟି ଲାଲକୋଠିକୁ ପୁଲିସ ନିଜ ଅକ୍ତିଆରକୁ ନେଇଛି । ତାହା ଏବେ ଯବାନଙ୍କ ଗେଷ୍ଟ ହାଉସ ଭାବେ ବ୍ୟବହାର କରାଯାଉଛି । ତେବେ ଓରାପଦର ଲଂଚ ଘାଟରେ ଲାଲକୋଠୀ ଚିତ୍ର ସାମ୍ନାକୁ ଆସିବା ପରେ ସ୍ୱାଭିମାନ ଅଂଚଳରେ ଆଉ କେତେ ଲାଲକୋଠି ଆସିଛି, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।