ଜେଲରେ ଥାଇ ପରୀକ୍ଷା ଦେଲେ ମାଓବାଦୀ ! ଉତୀର୍ଣ୍ଣ ହେଲେ କରିବେ ପ୍ରଫେସର ଚାକିରି

129

କନକ ବ୍ୟୁରୋ : ଜେଲରେ ଥାଇ ଜଣେ ମାଓବାଦୀ ଅଧ୍ୟାପକ ହେବାପାଇଁ ପରୀକ୍ଷା ଦେଇଛନ୍ତି । ଆଉ ପରୀକ୍ଷାରେ ପାସ୍ କଲାପରେ ତାଙ୍କ ଏହି ସ୍ୱପ୍ନ ପୂରଣ ହୋଇପାରିବ । ବେଆଇନ୍ ଗତିବିଧି ଆଇନ୍ ବଳରେ ଗିରଫ ହୋଇ ସମ୍ପ୍ରତି ‘ପ୍ରେସିଡେନ୍‌ସି କରେକ୍‌ସ୍‌ନାଲ୍‌ ହୋମ୍‌’ରେ ରହିଥିବା ଜଣେ ମାଓବାଦୀ ରବିବାର ଦିନ ‘ଷ୍ଟେଟ୍‌ ଲେବେଲ୍‌ ଇଲିଜିବିଲିଟି ଟେଷ୍ଟ୍‍’ ପରୀକ୍ଷା ଦେଇଛନ୍ତି । ‘ଷ୍ଟେଟ୍‌ ଲେବେଲ୍‌ ଇଲିଜିବିଲିଟି ଟେଷ୍ଟ୍‍’ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନଙ୍କୁ ସରକାରୀ କଲେଜଗୁଡ଼ିକରେ ସହକାରୀ ପ୍ରଧ୍ୟାପକ ଭାବେ ନିଯୁକ୍ତି ମିଳେ ।

Source:News24
ବେଆଇନ୍‌ ଘୋଷିତ ‘ସିପିଆଇ’ର (ମାଓଇଷ୍ଟ୍‍) ପୂର୍ବତନ ସଦସ୍ୟ ଏହି ପରୀକ୍ଷାର୍ଥୀ ଅର୍ଣ୍ଣବ ଦାମ୍‌ ୨୦୧୨ରେ ଗିରଫ ହୋଇଥିଲେ । ୨୦୧୦ରେ ‘ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର୍‌ ରାଇଫଲ୍‌’ର ସିଆଦା କ୍ୟାମ୍ପ୍‌ ଆକ୍ରମଣରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଜଣେ ଅବସରପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ପୁଅ ବର୍ଷିୟ ଅର୍ଣ୍ଣବ ଆଇଆଇଟି-ଖଡ଼ଗପୁରରୁ ବହିଷ୍କୃତ ହେବା ପରେ ୧୯୯୮ରେ ମାଓବାଦୀଙ୍କ ସହ ଯୋଗ ଦେଇଥିଲେ ।
ଜେଲ୍‌ରେ ଥାଇ ସେ ଇତିହାସରେ ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ଦେଇଥିଲେ ବୋଲି କରେକ୍‌ସ୍‌ନାଲ୍‌ ହୋମ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଉଭୟ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପିଏଚ୍‌ଡି ନିମନ୍ତେ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଆବେଦନ କରିଛନ୍ତି । ପୁରୁଲିଆ ଏବଂ ଝାଡ଼ଖଣ୍ଡ ସହ ଲାଗିଥିବା ରାଜ୍ୟ ସୀମାନ୍ତରେ ଅର୍ଣ୍ଣବ ଖୁବ୍‌ ସକ୍ରିୟ ଥିଲେ । ଖୁବ୍‌ ଶୀଘ୍ର ସେ କୋଟେଶ୍ୱର ରାଓ ଓରଫ୍‌ କିଷେଜୀଙ୍କର ଘନିଷ୍ଠ ହୋଇ ପାରିଥିଲେ । ୨୦୧୧ରେ କିଷେନ୍‌ଜୀ ନିହତ ହେବା ପରେ ଅର୍ଣ୍ଣବ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନଙ୍କୁ ପୁନଃସଂଗଠିତ କଲେ ।

ତାଙ୍କ ବିରୋଧରେ ଥିବା ୩୧ଟି ମାମଲାରୁ ଅଧିକାଂଶ ମାମଲାରେ ଅର୍ଣ୍ଣବଙ୍କୁ ଦୋଷମୁକ୍ତ କରାଯାଇଛି କିଂବା ଜାମିନ ମିଳିଛି ବୋଲି ତାଙ୍କ ଓକିଲ ଅଜୟ ଘୋଷ କହିଛନ୍ତି । ସିଆଲ୍‌ଦା ଆକ୍ରମଣ ଘଟନାରେ ତାଙ୍କୁ ଜାମିନ ମିଳିନାହିଁ । ସେଥିପାଇଁ ତାଙ୍କୁ ‘ୟୁଏପିଏ’ ଆଇନ୍‌ ବଳରେ ବୁକ୍‌ କରାଯାଇଛି । ତାଙ୍କର ମାଆ କହନ୍ତି, ମୋର ଆଶା ସେ ପରୀକ୍ଷାରେ ଭଲ କରିବ । ମୁଁ ଠାକୁରଙ୍କୁ ଡାକୁଛି । ଅର୍ଣ୍ଣବ ଜଣେ ମେଧାବୀ ଛାତ୍ର ଥିଲା ।