ମାଓ ନେତା ଆର.କେ ମୃତ ସୂଚନା: ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମାଓନେତା 

127

କନକ ବ୍ୟୁରୋ: ମାଓନେତା ଆର.କେ.ଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଦକ୍ଷିଣ ବସ୍ତର ଜଙ୍ଗଲରେ ଆଖି ବୁଜିଛନ୍ତି ରାମକୃଷ୍ଣ ଓରଫ ଅତିରାଜକୁ ହରଗୋପାଳ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟିର ସଂପାଦକ ଥିଲେ ଆରକେ । ରାମନାଗୁଡା ଏନକାଉଂଟର ପରେ ସଂପାଦକ ପଦରୁ ହଟିଥିଲେ । ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ମଧ୍ୟ ଥିଲେ ।

ତାଙ୍କ ନାଁରେ ଓଡିଶାରେ ୨ଶହରୁ ଅଧିକ ମାମଲା ରହିଛି । ସେହିପରି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ତାଙ୍କ ନାଁରେ ପ୍ରାୟ ଦେଢ କୋଟି ଟଙ୍କାର ପୁରସ୍କାର ରହିଥିଲା । ତେବେ ଆରକେଙ୍କ ମୃତ୍ୟୁ ନେଇ ମାଓ ସଂଗଠନ ପକ୍ଷରୁ କୌଣସି ଔପଚାରିକ ସୂଚନା ଦିଆଯାଇ ନାହିଁ ।