ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ : ସୁରକ୍ଷା ଦୃଷ୍ଟିରୁ ସକାଳ ପରିବର୍ତେ ରାତିରେ ଯାତ୍ରା କରିବ ରାଜଧାନୀ ଏକ୍ସପ୍ରେସ

27

କନକ ବ୍ୟୁରୋ : ଆଜିଠୁ ମାଓବାଦୀ ପାଳୁଛନ୍ତି ପିଏଲଜିଏ ସପ୍ତାହ । ସୁରକ୍ଷା ଦୃଷ୍ଟିରୁ ରାଜଧାନୀ ଏକ୍ସପ୍ରେସର ସମୟ ପରିବର୍ତନ କରାଯାଇଛି । ସକାଳ ପରିବର୍ତେ ରାତିରେ ଭୁବନେଶ୍ୱରରୁ ଯାତ୍ରା କରିବ ରାଜଧାନୀ ଏକ୍ସପ୍ରେସ । ସକାଳ ୯ଟା ୩୦ ବଦଳରେ ରାତି ୮ଟା ୪୫ରେ ଭୁବନେଶ୍ୱର ଷ୍ଟେସନରୁ ଯାତ୍ରା କରିବ ରାଜଧାନୀ ଏକ୍ସପ୍ରେସ । ଟ୍ରେନ ବିଳମ୍ବ ଯୋଗୁଁ ଦୂରଦୁରାନ୍ତରୁ ଆସିଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।