ମାଓନେତା କୈଳାସର ଅଡ଼ିଓ ଟେପ୍ ଭାଇରାଲ: ୨ ଜଣ ମାଓବାଦୀଙ୍କୁ ପୁଲିସ୍ ବନ୍ଧକ ରଖିଥିବା ନେଇ ଆଣିଲେ ଅଭିଯୋଗ

161

କନକ ବ୍ୟୁରୋ: ମାଓନେତା କୈଳାସର ଅଡ଼ିଓ ଟେପ ଭାଇରାଲ । ମୃତ ମାଓବାଦୀଙ୍କ ବିଷୟରେ କହି ଅଡ଼ିଓ ଟେପ ଜାରି କରାଯାଇଛି । ସ୍ୱାଭିମାନ ଅଂଚଳରେ ୨ ଦିନ ତଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଯବାନଙ୍କ ଗୁଳିରେ ଟଳି ପଡ଼ିଥିଲେ ୨ ମାଓବାଦୀ । ଏହା ପରେ ମାଓନେତା କୈଳାସ ପକ୍ଷରୁ ଅଡ଼ିଓ ଟେପ ଜାରି ହୋଇଛି । ଯେଉଁ ୨ ମାଓବାଦୀ ମାଲେସ ଏବଂ ଶାନ୍ତମା ଏହି ଏନକାଉଂଟରରେ ପ୍ରାଣ ହରାଇଥିଲେ ସେମାନଙ୍କୁ ପୋଲିସ ଧରି ନେଇ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ୨ ମାଓବାଦୀଙ୍କୁ ପୋଲିସ ବନ୍ଧକ କରିଥିବା ଅଭିଯୋଗ କରିଛନ୍ତି ମାଓନେତା କୈଳାସ ।

ଏବଂ ସ୍ୱାଭିମାନ ଅଂଚଳରେ ପୋଲିସ ପକ୍ଷରୁ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେବାସହ ମାଓବାଦୀଙ୍କ ନାମରେ ମିଥ୍ୟା ଏନକାଉଂଟର କରାଯାଉଥିବା ମାଓନେତା ପକ୍ଷରୁ ଅଭିଯୋଗ ହୋଇଛି । ଯେଉଁ ୨ ମାଓବାଦୀଙ୍କୁ ପୋଲିସ ଧରି ନେଇଛି ସେମାନଙ୍କୁ ତୁରନ୍ତ କୋର୍ଟରେ ହାଜର କରିବାକୁ ଅଡ଼ିଓ ଟେପରେ ଦାବି ହୋଇଛି ।