ଏସସିବିରେ ଚାଲିଛି ଟ୍ରେନ୍ ଦୁର୍ଘଟଣା ଆହତଙ୍କ ଚିକିତ୍ସା । ଅସ୍ତ୍ରୋପଚାର ଅପେକ୍ଷାରେ ଅନେକ ଆହତ

126

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା । ବିଭିନ୍ନ ହସ୍ପିଟାଲରେ ଅନେକ ଆହତ ଭର୍ତ୍ତି ହୋଇଛନ୍ତି । ଏହାରି ଭିତରେ କଟକ ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ତାର ସୂଚନା ମିଳିଛି । ଏସସିବି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୦୦ରୁ ଅଧିକ ଆହତଙ୍କ ଗୋଡ, କାନ୍ଧ, ହାତ ଭାଙ୍ଗିଛି । ୨୪ରୁ ଅଧିକଙ୍କ ମୁଣ୍ଡ ଫାଟିଛି । ୭ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଜଣଙ୍କର ଅପରେସନ ଶେଷ ହୋଇଛି । ଏବେ ୧୨ ଜଣ ଆହତ ବିଭିନ୍ନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ୭ ଜଣଙ୍କ ଅପରେସନ ଆବଶ୍ୟକ ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର ସୂଚନା ଦେଇଛନ୍ତି ।

ଅସ୍ଥିଶଲ୍ୟ ବିଭାଗରେ ୭୧ ଜଣଙ୍କ ଅପରେସନ ହୋଇଥିବା ବେଳେ ୫ ଜଣଙ୍କର ପେଟ ଓ ଜଣଙ୍କର ମୁଣ୍ଡରେ ଜଟିଳ ଅସ୍ତ୍ରୋପଚାର କରାଯାଇଛି । ଏବେ ଅପରେସନ୍ ଅପେକ୍ଷାରେ ଆହୁରି ୨୦ ଜଣ ରହିଥିବା ସୂଚନା ରହିଛି । ଯେଉଁମାନଙ୍କର ଏକାଧିକ ଆଘାତ ଲାଗିଛି ସେମାନଙ୍କ ସ୍ଥିତାବସ୍ଥାକୁ ଫେରିବା ପରେ ସେମାନଙ୍କ କ୍ଷେତ୍ରରେ କେଉଁ ଅପରେସନ କରାଯିବ ତାହା ଜଣାପଡିବ ବୋଲି ଏସସିବି ଅଧୀକ୍ଷକ କହିଛନ୍ତି । ଏବେ ସୁଦ୍ଧା ୨୦୧ ଜଣଙ୍କ ମଧ୍ୟରୁ ୬୧ ଜଣ ହସ୍ପିଟାଲ ଛାଡିଥିବା ବେଳେ ୧୪୦ ଜଣ ଚିକିତ୍ସାଧୀନ ରହିଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ସର୍ଜରୀ ବିଭାଗରେ ଏବେ ୪୮ ଜଣ ଅଛନ୍ତି ।