ମନ କୀ ବାତ୍ କାର୍ଯ୍ୟକ୍ରମ : ଯୁବପିଢୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

158

କନକ ବ୍ୟୁରୋ : ମନ କୀ ବାତ୍ କାର୍ଯ୍ୟକ୍ରମରେ ଯୁବପିଢୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜିର ଯୁବପିଢୀ ପୂର୍ବଭଳି ଚିରାଚରିତ ପଥରେ ଚାଲିବା ଅପେକ୍ଷା କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଦେଶକୁ ଯୋଡିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମନ କୀ ବାତରେ  ୮୦ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ପ୍ରଥମେ ହକି ଖେଳାଳୀ ମେଜର ଧାନଚାନ୍ଦଙ୍କୁ ମନେ ପକାଇ କହିଥିଲେ ଧାନଚାନ୍ଦଙ୍କ ଆତ୍ମା ଯେଉଁଠି ବି ଥାଉ ନା କାହିଁକି ଆଜି ଖୁସୀ ଅନୁଭବ କରୁଥିବେ ।

କାରଣ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲମ୍ପିକ୍ସରେ ପଦକ ଜିତିଛି । ପ୍ରଧାନମନ୍ତ୍ରୀ କହିଥିଲେ ଚଳିତ ଅଲମ୍ପିକ୍ସରେ ଭାରତ ଯେଉଁଭଳି ପଦର୍ଶନ କରିଛି ତାହା ଅତୁଳନୀୟ ଏବଂ ଏହା ଆଗକୁ ମଧ୍ୟ ଏହା ଜାରି ରହିବ । ଯଦିଓ ଭାରତ ଅଧିକ ପଦକ ଜିତି ପାରି ନାହିଁ ହେଲେ ଭାରତର ଯୁବପିଢି କ୍ରୀଡା କ୍ଷେତ୍ରରେ କିଛି ନୂଆ କରିବାକୁ ଚେଷ୍ଟା ଜାରୀ ରଖିଛନ୍ତି । ଆମେ ସେମାନଙ୍କ ପ୍ରୟାସକୁ ବନ୍ଦ ହେବାକୁ ଦେବୁ ନାହିଁ ।

“ଭାରତ ଯୋଡ ଆନ୍ଦୋଳନ”କୁ ଆଗକୁ ନେବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତିି ବିବିଧତାରେ ପରିପୂର୍ଣ୍ଣ ଦେଶକୁ ବାନ୍ଧି ରଖିବା ସମସ୍ତ ଭାରତୀୟଙ୍କର କର୍ତ୍ତବ୍ୟ । ଏଥିସହିତ ଖଦି ସାମଗ୍ରୀ କିଣିବା ସହ ଏହାର ପ୍ରଚାର ପ୍ରସାର କରିବାକୁ ଦେଶବାସୀଙ୍କୁ ଅନୁରୋଧ କରି ପ୍ରଧାମମନ୍ତ୍ରୀ । ସେ କହିଛନ୍ତି, ହସ୍ତତନ୍ତ ହେଉଛି ଲକ୍ଷ ଲକ୍ଷ ବୁଣାକାର ଏବଂ ହସ୍ତଶିଳ୍ପୀଙ୍କ ଆୟର ଉତ୍ସ । ଆପଣଙ୍କର ଏହି ଛୋଟ ପ୍ରୟାସ ବୁଣାକାରମାନଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହନ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।