କରୋନାରୁ ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏମ୍ସ ଟ୍ରମା କେୟାରରୁ ଫେରିଲେ ଘରକୁ 

90

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏହାପରେ ଆଜି ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଛୁଟି ମିଳିଛି। ସୁସ୍ଥ ହେବା ପରେ ମନମୋହନ ସିଂ ଘରକୁ ଫେରିଥିବା ସୂଚନା ମିଳିଛି ।

ମନମୋହନ ସିଂଙ୍କୁ ଏପ୍ରିଲ ୧୯ ତାରିଖରେ ଜ୍ୱର ହୋଇଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିଲା। ଏହାପରେ ମନମୋହନ ସିଂଙ୍କୁ ଏମ୍ସ ଟ୍ରମା କେୟାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୪ ଓ ଏପ୍ରିଲ ୩ରେ କୋଭାକ୍ସିନର ଦୁଇଟି ଡୋଜ ନେଇସାରିଛନ୍ତି।

ତେବେ ସୂତ୍ରରୁ ଜଣାପଡ଼ିଛି କି, ମନମୋହନ ସିଂହଙ୍କ ଦୁଇଟି ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି। ୧୯୯୦ରେ ତାଙ୍କର ପ୍ରଥମ ସର୍ଜରୀ ହୋଇଥିଲା । ପ୍ରଥମ ସର୍ଜରୀ ୟୁକେରେ ହୋଇଥିଲା। ୨୦୦୪ ରେ ଏସ୍କର୍ଟ ହସ୍ପିଟାଲରେ ଏନଜିଓପ୍ଲାଷ୍ଟି ହୋଇଥିଲା। ୨୦୦୯ରେ ଏମ୍ସରେ ତାଙ୍କର ଦ୍ୱିତୀୟ ପାଇପାସ ସର୍ଜରୀ ହୋଇଥିଲା। ମନମୋହନ ସିଂହ କଂଗ୍ରେସର ବରିଷ୍ଠ ନେତା ସେ ସମ୍ପ୍ରତି ରାଜସ୍ଥାନର ରାଜ୍ୟସଭା ସଦସ୍ୟ ଅଛନ୍ତି।