ବନକଲାଗି ନୀତି ନହେବାକୁ ନେଇ ବିଜେପିର ନିନ୍ଦା । ମନମୋହନ କହିଲେ, ସରକାର ତୁରନ୍ତ ଜିଦିରୁ ଓହରିବା ଦରକାର । 

ବନକଲାଗି ନୀତି ନହେବାକୁ ନେଇ ବିଜେପିର ନିନ୍ଦା । ମନମୋହନ କହିଲେ, ସରକାର ତୁରନ୍ତ ଜିଦିରୁ ଓହରିବା ଦରକାର । 

କନକ ବ୍ୟୁରୋ :  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ନ ହୋଇପରିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ମନମୋହନ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ତୁରନ୍ତ ସରକାର ତାଙ୍କ ଜିଦିରୁ ଓହରିବା ଦରକାର  । ପ୍ରଶାସନକୁ ଠିକ୍ ମାର୍ଗ ଦେଖାଇବା ସହ ପରାମର୍ଶ ଦେବା ଉଚିତ୍  ।  ପ୍ରଶାସନକୁ ଅନୁରୋଧ କଲେ ଯଦି କାମ ହେଉ ନାହିଁ, ତେବେ ସରକାର ଅର୍ଡର କରିବା ଉଚିତ୍ ।  ଏହାସହ ମନମୋହନ କହିଛନ୍ତି,  ଜଗନ୍ନାଥଙ୍କ ବିଷୟରେ ରାଜନୀତିରୁ ଓହରନ୍ତୁ ରାଜ୍ୟ ସରକାର ।  ନହେଲେ ସାଢ଼େ ୪ କୋଟି ଲୋକଙ୍କ ମନରେ ଥିବା ଆଘାତ ଓ ପ୍ରତିକ୍ରିୟା ତାର ପ୍ରତିଫଳନ ନିଶ୍ଚିତ ହେବ ।

ବଡ଼ ଠାକୁରଙ୍କ କାମରେ ରାଜନୀତି ପଶିବା ଉଚିତ୍ ନୁହେଁ  । ରାଜନୀତି କରିବା ପାଇଁ ପୁରା ଓଡ଼ିଶା ଅଛି  ।  ସାଢ଼େ ୪ କୋଟି ଲୋକଙ୍କ ପାଇଁ ରାଜନୀତି କରାଯାଇପାରେ କିନ୍ତୁ ବୃହତ୍ତର ସ୍ବାର୍ଥ ଏବଂ ସାମାଜିକ ଦୃଷ୍ଟିକୋଣରୁ ବହୁତ କଥାରେ ରାଜନୀତି କରାଯିବା ଉଚିତ ନୁହେଁ  । ଆଜିକାଲି ଛୋଟ ଛୋଟ ବିଷୟରେ ରାଜନୀତି ବିଶେଷ ଭାବେ ପ୍ରଭାବିତ କରୁଛି  ।  କଂଗ୍ରେସ ଯାହା ଆରମ୍ଭ କରିଥିଲା, ସେଥିରେ ଏମାନେ ଚରମ ସୀମାରେ ପହଞ୍ଚିଲେଣି । ଯାହାକୁ ବିଜେପି ନିନ୍ଦା କରୁଛି ବୋଲି କହିଛନ୍ତି ମନମୋହନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe