ଗିରଫ ହୋଇପାରନ୍ତି ଅଟକ ଥିବା ପ୍ରସନ୍ନ ବେହେରା : ବେଆଇନ୍ ଭାବେ ବିଳମ୍ବିତ ରାତିଯାଏଁ ଚଳାଇଥିଲେ ସାଉଥ ସିଟି ହୋଟେଲ ଓ ବାର୍

ଚାକିରିରେ ଥାଇ କ୍ଷମତାର ଅପବ୍ୟବହାର ନେଇ ପୂର୍ବରୁ ୪ଥର ଲାଗିଛି କଳାଦାଗ

114

କନକ ବ୍ୟୁରୋ : ବିଳମ୍ବିତ ରାତି ଯାଏଁ ବାର ଚଲାଇବା ଅଭିଯୋଗରେ ଅଟକ ଥିବା ପ୍ରସନ୍ନ ବେହେରା ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି । ପାତ୍ରପଡାରେ ଥିବା ସାଉଥ ସିଟି ହୋଟେଲର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡଭାଇ ନିରଞ୍ଜନ ବେହେରାଙ୍କ ନାଁରେ ଲିଜରେ ଆଣି ସେ ବିଳମ୍ବିତ ରାତି ଯାଏଁ ବାର ଚଳାଉଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ହାବିଲଦାର ଓ କନେଷ୍ଟବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତେବେ ପ୍ରସନ୍ନ ପ୍ରଥମଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନାହାନ୍ତି ।

– ୨୦୦୧ ଫେବ୍ରୁଆରୀ ୧୫ରେ ବାଲିଅନ୍ତାରେ ବିଷାକ୍ତ ମଦ ପିଇ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା
– ଘଟଣାର ତଦନ୍ତ ପାଇଁ ପୋଲିସ ମଦ ମାଫିଆଙ୍କ ଘରେ ଚଢାଉ କରିବାକୁ ଯାଇଥିବାବେଳେ, ପ୍ରସନ୍ନ ମାଫିଆଙ୍କୁ ଆଗୁଆ ସୂଚନା ଦେଇଥିଲେ
– ପୋଲିସ ଚଢାଉ ପୂର୍ବରୁ ଅଭିଯୁକ୍ତ ଖସିଯିବା ମାମାଲରେ ଆଭ୍ୟନ୍ତରୀଣ ତଦନ୍ତ କରି ପୋଲିସ ପ୍ରସନ୍ନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା
– ୨୦୧୮ରେ ପ୍ରସନ୍ନ ଜଣେ ଓକିଲଙ୍କୁ କଟକରେ ନିସ୍ତୁକ ମାଡ ମାରିବା ପ୍ରତିବାଦରେ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା
– ଫଳରେ ପୋଲିସ ଓ ବରିଷ୍ଠ ଅଧିକାରୀ ସଂଘ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ପ୍ରସନ୍ନ ବେହେରା
– ୨୦୨୦ରେ କରୋନା କଟକଣା ସମୟରେ ସଚିବାଳୟ ମାର୍ଗ ନିକଟରେ ପ୍ରସନ୍ନ ମଦ ପିଉଥିବା ଭିଡିଓ ଭାଇରାଲ ହୋଇଥିଲା
– ଚାକିରିରେ ଥାଇ ବାରମ୍ବାର କ୍ଷମତାର ଅପବ୍ୟବହାର ସାଙ୍ଗକୁ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଉପରେ ୪ଥର କଳାଦାଗ ଲାଗି ସାରିଲାଣି