କନକ ବ୍ୟୁରୋ : ମଣିପୁରରେ ଗତ ଦେଢମାସ ହେବ ହିଂସା ଲାଗିରହିଛି । ଲୋକମାନେ ଭୟର ବାତାବରଣରେ ଜୀବନ ଅତିବାହିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାରମ୍ବାର ବୈଠକ ପରେ ହିଂସା ଉପରେ ରୋକ ଲଗାଇବାରେ ବିଫଳ ହୋଇଛନ୍ତି ସରକାର । ଏସବୁ ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମଣିପୁର ହିଂସାକୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଆୟୋଜନ କରାଯାଇଛି । ଦୀର୍ଘଦିନ ହେବ ବିରୋଧୀଦଳମାନେ ସର୍ବଦଳୀୟ ବୈଠକ କରିବାକୁ ଦାବି କରୁଥିଲେ ।

Advertisment

ସେପଟେ ମଣିପୁରରେ ଥମିବାର ନାଁ ନେଉନି ହିଂସା । ଶୁକ୍ରବାର ଦିନ କିଛି ଅଜଣା ବନ୍ଧୁକଧାରୀ ଗୁଳି ଚଳାଇଥିଲେ । ଏହାର ଜବାବ ଦେଇଥିଲା ସେନା । ଏହାସହ ମହିଳାମାନଙ୍କର ଏକ ବଡ ସଂଗଠନ ସେନା ଆଗରେ ପ୍ରତିବନ୍ଧକ ସାଜି ଉପଦ୍ରବୀମାନଙ୍କ ପାଇଁ ଢାଲ ସାଜୁଥିବାର ଦେଖିବାକୁ ମିଳିଛି ।

ସେପଟେ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ବିଭିନ୍ନ ଜିଲ୍ଲାରେ ସେନା ଓ ପୋଲିସ ତରଫରୁ ତଲାସୀ ଅଭିଯାନ ଜାରି ରହିଛି । ଏହି ତଲାସୀ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୧୦୯୫ ଅସ୍ତ୍ରଶସ୍ତ୍ର, ୧୩,୭୦୨ ଗୁଳାବାରୁଦ ଓ ବିଭିନ୍ନ ପ୍ରକାରର ୨୫୦ ବୋମା ଜବତ କରାଯାଇଛି ।