କନକ ବ୍ୟୁରୋ : ଦେଢମାସ ଧରି ମଣିପୁରରେ ଚାଲିଛି ହିଂସା ଓ ଉତେଜନା । ଦୁଇ ସମୁଦାୟଙ୍କ ସଂର୍ଘଷର ଚାଲିଯାଉଛି ଧନଜୀବନ । ଦିନ ଯେତିକି ଗଡୁଛି ସେତିକି ବଢୁଛି ହିଂସା । ଗୁରୁବାର ସକାଳୁ ସକାଳୁ ଇମ୍ଫାଲର ଦୁଇଟି ଗାଁରେ ଆସାମ ରାଇଫଲସ ଓ ଉପଦବ୍ରକାରୀଙ୍କ ମଧ୍ୟରେ ଗୁଳମାଡ଼ ହୋଇଛିା
ସୂଚନା ମୁତାବକ ଉପଦ୍ରବକାରୀ ସାଧାରଣ ଜନତାଙ୍କ ସହ ନେତା, ମନ୍ତ୍ରୀ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି । ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆକ୍ରମଣ କରୁଛନ୍ତି । ସେପଟେ ସ୍ଥିତି ବିଗୁଡୁଥିବା ଦେଖି ଜୁନ ୨୪ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭିଡିଓ ଜାରି କରି ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ମଣିପୁର ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

Advertisment

କାହିଁକି ଥମୁନି ମଣିପୁର ହିଂସା
-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରୟାସ ସତ୍ୱେ କ’ଣ ପାଇଁ ହିଂସା ରୋକଯାଇପାରୁନି?
-ସଶସ୍ତ୍ର ସୁରକ୍ଷାବାହୀନି ମୁତୟନ ସତ୍ୱେ କ’ଣ ପାଇଁ ଉପଦ୍ରବକାରୀଙ୍କୁ ଆୟତକୁ ଅଣାଯାଇପାରୁନି?

କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ମଣିପୁରକୁ ୪ଦିନିଆଗସ୍ତ କରିଥିଲେ ଓ ହିଂସା ନକରିବାକୁ ଘନ ଘନ ବୈଠକ କରିବା ସହ ଉପଦ୍ରବକାରୀଙ୍କୁ କଡ଼ା ଚେତାବନୀ ଦେଇଥିଲେ । ତଥାପି ମଣିପୁରରେ ସ୍ଥିତି ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛିି

ହିଂସାରେ ଜଳୁଛି ‘ମଣିପୁର’
-ଜୁଲାଇ ୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି
-୪୫ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି
-ସମଗ୍ର ରାଜ୍ୟରେ ଇଣ୍ଟରନେଟ ସେବା ୨୫ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି

ମେ ୩ ତାରିଖରେ କୁକି ଓ ମଇତି ସମ୍ପ୍ରଦାୟ ମଧୃରେ ହିଂସା ଲାଗି ରହିଛି । ୫୦ଦିନରେ ପହଁଚିଲାଣି ହିଂସା ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ୪୦ହଜାରରୁ ଅଧିକ ଲୋକଙକୁ ସ୍ଥାନାନ୍ତର କରାଯାଇଛି ।