ଭଙ୍ଗା କ୍ୟାବିନରେ ଜୀବନ । କରୋନା ଯୋଗୁଁ ରୋଜଗାର ନଥିବାରୁ ଦେଇ ପାରିଲେନି ଘରଭଡା । ଘର ଛାଡି କ୍ୟାବିନ ଭିତରେ ରହୁଛନ୍ତି ଭୂମିହୀନ ପରିବାରର ବାପା-ମାଆ ଓ ଝିଅ ।

219
  • ଭଙ୍ଗା କ୍ୟାବିନରେ ଜୀବନ
  • କାହା ପାଇଁ ସରକାରୀ ଯୋଜନା?
  • କେଉଁ ଭଳି ବ୍ୟକ୍ତିଙ୍କୁ ମିଳୁଛି ସରକାରୀ ପକ୍କା ଘର?

ଏମିତି କିଛି ପ୍ରଶ୍ନ ସହ କ୍ୟାବିନ ଭିତରେ ରହୁଛନ୍ତି କେନ୍ଦ୍ରାପଡା ରାଜକନିକା ବ୍ଲକ ନମତରା ଗାଁର ମଙ୍ଗୁଳି ଜେନାଙ୍କ ପରିବାର । ଭୂମିହୀନ ଏହି ପରିବାର ପାଇଁ ସରକାରଙ୍କ ସମସ୍ତ ଯୋଜନା ସତେ ଯେମିତି ସାତ ସପନ । ଦୀର୍ଘ ୧୩ ବର୍ଷ ହେବ କାମ ଧନ୍ଦା କରି ଭଡା ଘରେ ରହୁଥିଲେ ମଙ୍ଗୁଳିଙ୍କ ପରିବାର । ହେଲେ କରୋନା ଯୋଗୁଁ କାମ ଧନ୍ଦା ବନ୍ଦ ହେବାରୁ ଭଡା ଘର ଛାଡି ନମତରା ଇନ୍ଦିରା ଛକରେ ଥିବା ଏକ ଭଙ୍ଗା କ୍ୟାବିନରେ ରହୁଛନ୍ତି ମଙ୍ଗୁଳି, ତାଙ୍କ ସ୍ତ୍ରୀ ମିନତି ଜେନା ଓ ୯ ବର୍ଷର ଝିଅ ସରସ୍ୱତୀ ଜେନା । ଝିଅର ପାଠପଢା ବନ୍ଦ ହୋଇଯାଇଥିବା ବେଳେ ଦିନକୁ ଦୁଇ ଓଳି ଦାନା ଯୋଗାଡ କରିବା କଷ୍ଟକର ହୋଇପଡିଛି ।

ଭଙ୍ଗା କ୍ୟାବିନ ଭିତରେ ରୋଷେଇ, ଖିଆ-ପିଆ ସବୁ କିଛି ଆଉ ରାତିର ଭୟରେ ସେହି କ୍ୟାବିିନରେ ଶୁଅନ୍ତି ବାପା-ମାଆ ଓ ଝିଅ । ମଙ୍ଗୁଳି ଭୂମିହୀନ ହୋଇଥିବାରୁ ସରକାରୀ ଯୋଜନାରେ ଜମିପଟା ଖଣ୍ଡେ ପାଇଁ ବାରମ୍ବାର ତହସିଲରେ ଆବେଦନ କରିଛନ୍ତି । ହେଲେ କେହି ତାଙ୍କ କଥା ଶୁଣୁନାହାନ୍ତି । ତେଣୁ ମଙ୍ଗୁଳି ଜେନାଙ୍କୁ ତୁରନ୍ତ ଜାଗା ସହିତ ସରକାରୀ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।