ମନେ ପଡିଲେ ମନ୍ଦୋଦରୀ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାତ୍ମା ଗାନ୍ଧୀଙ୍କ ହତ୍ୟା ସମୟରେ ଦିଲ୍ଲୀର ବିରଲା ହାଉସରେ ମାଳି ଭାବେ କାମ କରୁଥିବା ରଘୁ ନାୟକଙ୍କ ପତ୍ନୀଙ୍କୁ ମିଳିଛି ସହାୟତା । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସଚିବାଳୟରେ ନବୀନ ପଟ୍ଟନାୟକ, ରଘୁ ନାୟକଙ୍କ ପତ୍ନୀ ମନ୍ଦୋଦରୀ ନାୟକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଜାଗୁଳାଇପଡା ଗାଁର ରଘୁ ନାୟକ ବିରଲା ହାଉସରେ କାମ କରୁଥିବା ବେଳେ ନାଥୁରାମ ଗଡସେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେହି ସମୟରେ ରଘୁ ନାୟକ ବାପୁଙ୍କୁ ଧରି ପକାଇଥିଲେ । ତେବେ ତାଙ୍କ କୋଳରେ ବାପୁଜୀ ଶେଷ ନିଶ୍ୱାସ ତ୍ୟାଗ କରିଥିବା କୁହାଯାଏ ।