ଗୃହରେ ଧାନ ତାତି, ମଣ୍ଡିରେ ପଡିଛି ଚାଷୀଙ୍କ ଧାନ । କେଉଁଠି ଟୋକନ ଧରି ବସିଛନ୍ତି ଚାଷୀ, କେଉଁଠି ପୂରିଲାଣି ଟୋକନ ଅବଧି ।

56

କନକ ବ୍ୟୁରୋ: ସାରା ରାଜ୍ୟରୁ ଆସୁଥିବା ଧାନ ମଣ୍ଡି ସଂପର୍କୀତ ଚିତ୍ର ଓଡିଶାର ଏଭଳି ଏକ ସମସ୍ୟାକୁ ବୟାନ କରୁଛି ଯାହାର ସମାଧାନ ହୋଇ ପାରୁନାହିଁ । ଗୋଟିଏ ପଟେ ସରକାର କହୁଛନ୍ତି ପଂଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯାଉଛି, ଅନ୍ୟପଟେ ଚାଷୀ କହୁଛନ୍ତି ତାଙ୍କ ଧାନକୁ କିଣୁ ନାହାନ୍ତି ସରକାର । ଆରୋପ-ପ୍ରତ୍ୟାରୋପ ଭିତରେ ମଣ୍ଡିରେ ସେମିତି ଧାନବସ୍ତା ପଡି ରହିଛି । କେଉଁଠି ଚାଷୀଙ୍କୁ ଟୋକନ ମିଳିନି ତ କେଉଁଠି ଟୋକନ ଥାଇ ବି ଚାଷୀର ଧାନକୁ କିଣାଯାଉ ନାହିଁ ।

ଖୋର୍ଦ୍ଧା ଠାରୁ ପଦ୍ମପୁର ଯାଏଁ ସବୁଠି ସେହି ଅବସ୍ଥା । କେଉଁଠି ଚାଷୀ ଆନ୍ଦୋଳନରେ ବସିଛି ତ ଆଉ କେଉଁଠି ମଣ୍ଡିରେ ଧାନ ଜଗିଛି । ସେପଟେ ମନ୍ତ୍ରୀଙ୍କତ୍ତଉତ୍ତର ହେଉଛି, ଏଥର ଧାନ ଅଧିକ କିଣା ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ୫୧ ଲକ୍ଷ ମେଟ୍ରିକ ଟନ୍ କିଣା ଯାଇଥିଲା, ଏବେ ସୁଦ୍ଧା ୬୦ ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ହେଲାଣି । ତେବେ ପ୍ରଶ୍ନ ଉଠୁଛି, କାହିଁକି ଏ ସମସ୍ୟା ସୃଷ୍ଟି ହେଉଛି? ଚାଷୀର ଧାନ ଯଦି ସରକାର କିଣିବେ ନାହିଁ ତେବେ ଚାଷୀ କରିବ କ’ଣ?