ପୁରୀରେ ବିଜେପିର ମାନସ ମନ୍ଥନ। ପଶ୍ଚିମବଙ୍ଗ ଷ୍ଟାଇଲରେ ଲଢିବ ବିଜେପି। 

111

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ରଣହୁଙ୍କାର । ବିଜେଡି ବିରୋଧରେ ଲଢେଇକୁ ଜୋରଦାର କରିବାକୁ ଅଣ୍ଟାଭିଡିଲାଣି ରାଜ୍ୟ ବିଜେପି । ପଶ୍ଚିମବଙ୍ଗ ଶୈଳୀରେ ଲଢେଇ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ବିଜେଡିର ଗଡକୁ ଭେଦିବା ପାଇଁ ବିଜେପି କର ବା  ମର ସ୍ଥିତିରେ ଲଢିବ । ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଆବଶ୍ୟକ ପଡିଲେ ମୁହାଁମୁହିଁ ପରିସ୍ଥିତି ବି ଉପୁଜିପାରେ ବୋଲି ବିଜେପି ନେତା ଦମ୍ଭୋକ୍ତି ଦେଖାଇଛନ୍ତି ।

୨୦୨୪ ପାଇଁ ୨୦୨୨ରୁ ହିଁ ଦେଖାଦେଲାଣି ରାଜନୈତିକ ଉଷ୍ମତା । ବିଜେଡି, ବିଜେପି ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି । ବିଶେଷକରି ୨୦୨୪ରେ ଓଡିଶାକୁ ଫୋକସ ରାଜ୍ୟରେ ରଖିଛି ବିଜେପି । ଏଥିପାଇଁ ପୁରୀରେ ମାନସ ମନ୍ଥନ କରୁଛନ୍ତି ବିଜେପି ନେତା ।  ତେଣୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଯେଭଳି ଆଟାକ୍ କରୁଛି ବିଜେପି ଠିକ ସେହି ଷ୍ଟାଇଲରେ ଓଡିଶାରେ ବି ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ପୁରୀରେ ପ୍ରଶିକ୍ଷଣ ଶିବିରରେ ଆଗାମୀ ରଣନୀତି ନେଇ ଚିନ୍ତନ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଗୁରୁବାର ଶିବିରର ଶେଷଦିନରେ କ୍ଷେତ୍ରୀୟ ପ୍ରଭାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଆସି  ନେତାଙ୍କୁ ମାର୍ଗଦର୍ଶନ ଦେବେ । ଆଉ ଚଳିତ ମାସ ଶେଷରେ  ଜେପି ନଡ୍ଡା ଓଡିଶା ଆସିବା ପରେ ଆହୁରି ଆକ୍ରମଣାତ୍ମକ ହେବାକୁ ରଣନୀତି ପ୍ରସ୍ତୁତ କରିପାରନ୍ତି ।