ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଏହି ବ୍ୟକ୍ତିଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଯିଏ ୨୩୦୦୦ କୋଟି ସମ୍ପତ୍ତିର ମାଲିକ ।

42

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କୋଚାମୋଚା ସାର୍ଟ ପିନ୍ଧିଥିବା ଏ ବ୍ୟକ୍ତିିି ଜଣକ କିଏ? । ଏହି ଫଟୋକୁ  ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ପୋଷାକ ସିନା ଏମିତି ହେଲେ କନଫିଡେନ୍ସ କିନ୍ତୁ  ମାନିବାକୁ ପଡିବ । ଏ ହେଉଛନ୍ତି ଦଲାଲ ଷ୍ଟ୍ରିଟର ‘ବିଗ୍ ବୁଲ୍’ ବୋଲାଉଥିବା ରାକେଶ ଝୁନଝୁନୱାଲା । ଯାହାଙ୍କ ସମ୍ପତ୍ତି ୨୩ ହାଜର କୋଟିରୁ ବି ଅଧିକ ।

ରାକେଶ ଝୁନଝୁନୱାଲା ହେଉଛନ୍ତି ସେୟାର ବଜାରର ଖ୍ୟାତାନାମା ନିବେଶକ । ଅନେକ ପରଖିବା ପରେ ସେୟାର ମାର୍କେଟରେ ନିବେଶ କରିଥାନ୍ତି ରାକେଶ । ଆଉ ଯେଉଁଥିରେ ନିବେଶ କରନ୍ତି ସେ ସେୟାରରେ ଯେମିତି ଡେଣା ଲାଗିଯାଏ । ୬ ମାସ ଭିତରେ ତାଙ୍କ ନିବେଶକୁ ସେ ଦେଇଛନ୍ତି ଜବରଦସ୍ତ ରିଟର୍ଣ୍ଣ । ତାଙ୍କର ଗୋଟିଏ କୋଟିଏ ପଦକ୍ଷେପ ଉପରେ ନଜର ରଖିଥାନ୍ତି ନିବେଶକ । ଦେଶରେ ଅନେକ ବଡବଡ କମ୍ପାନୀ ଗୁଡିକରେ ତାଙ୍କର ରହିଛି ଭାଗିଦାରୀ  । ଖୁବ୍ ଶିଘ୍ର ସେ ଏକ ଏୟାରଲାଇନ୍ସ ଆରମ୍ଭ କରିବାକୁ ଯାଉଥିବା ସୂଚନା ରହିଛି । ୫୦୦ କୋଟି ନିବେଶ କରି ସେ ଏକ ସମାଜ ଗଠନକାରୀ ସଂଗଠନ ଚଳାଉଛନ୍ତି  । ତେବେ ମୁମ୍ବାଇରେ ତାଙ୍କର ଏକ ଆଲିସାନ ଘର ନିର୍ମାଣ ହେଉଛି । ଏହି ଘରେ ପ୍ରଥମ ରାତ୍ରୀ ଭୋଜନରେ ସେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ , ଆମେରିକାର ଖ୍ୟାତନାମା ନିବେଶକ ଜର୍ଜ ସୋରେସ୍ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅତିଥି ଭାବେ ପାଇବାକୁ ସ୍ୱପ୍ନ ରଖିଥିଲେ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଅନେକ ଟିପ୍ପଣି ଆସିଥିଲା । କେହି ସାର୍ଟକୁ ଆଇରନ୍ ଦେବାକୁ ପ୍ରସ୍ତାବ ଦେଇଥିଲେ ତ କେହି ମୋଦୀଙ୍କୁ ତାଙ୍କର  ବଡ ଆଜ୍ଞାଧୀନ ଫ୍ୟାନ ବୋଲି ପୋଷ୍ଟ କରିଥିଲେ । ଝୁନଝୁନୱାଲାଙ୍କ ସହ ଏହି ସାକ୍ଷାତକାର ବାବଦରେ ନିଜେ ଟ୍ୱିଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।  ଦୁନିଆର ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ତାଙ୍କୁ ଭେଟିବାକୁ ହେଲେ ଆବଶ୍ୟକ ଦୃଢ ଆତ୍ମବିଶ୍ୱାସ  ।ଏଥିରେ ଦାମୀ କିମ୍ବା ଚକାଚକ୍ ପୋଷାକର ଗୁରୁତ୍ୱ ଖୁବ ନ୍ୟୁନ ବୋଲି ପ୍ରମାଣ କରିଛନ୍ତି ଭାରତର ବିଗ୍ ବୁଲ ରାକେଶ ଝୁନଝୁନୱାଲା ।