୫ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ୫୦ ବର୍ଷିୟା ବୃଦ୍ଧ ଥାନାରେ ଅଟକ
ଅନୁଗୁଳରେ ପୁଣି ଲଜ୍ୟା
କନକ ବ୍ୟୁରୋ : ଅନୁଗୁଳରେ ପୁଣି ଲଜ୍ୟା। ମାତାଲ ଅବସ୍ଥାରେ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ପୁଲିସ ଦ୍ୱାରା ଅଟକ ରହିଛନ୍ତି। ଦିନ କେଇଟା ପୂର୍ବରୁ ଅନୁଗୁଳ ଥାନା କାଙ୍ଗୁଲା ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଭଳି ଘଟଣା ମନରୁ ନ ଲିଭୁଣୁ ଏହି ଘଟଣା ପରେ ପୁଣି ଉତ୍ତେଜନା ଦେଖାଦେଇଛି। ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ। ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଜଣେ ୫ ବର୍ଷର ନାବାଳିକାକୁ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ଜଣକ ଦୁଷ୍କର୍ମ ଉଦ୍ୟମ କରିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଅର୍ଦ୍ଧନିର୍ମିତ ଏକ ଘରେ ଏହି ଜଘନ୍ୟ କାଣ୍ଡ ଘଟୁଥିବାର ସୂଚନା ପାଇ ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଛନ୍ତି। ଏ ନେଇ ବନ୍ତଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଆର୍ତ୍ତତ୍ରାଣ ବେହେରାର ଡାକ୍ତରୀ ମାଇନା କରାଇଛି ପୁଲିସ। ତେବେ ରାଜ୍ୟରେ ଏପରି ଘଟଣା ବଢିବାରେ ଲାଗିଛି ।