ପୁନରାବୃତ୍ତି ହେଲା ମହାଭାରତର ଚରିତ୍ର : ଜୁଆ ଖେଳରେ ସ୍ତ୍ରୀକୁ ବାଜି ଲଗାଇଲେ ସ୍ୱାମୀ

24

ବୁଲନ୍ଦ ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ମୋହସିନ ନାମକ ବ୍ୟତ୍ତି ଜୁଆ ଖେଳରେ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ବାଜି ଲଗାଇ ହାରିଯାଇଛନ୍ତି । ଜୁଆରେ ଜିତିଥିବା ଥିବା ଇମରାନ, ମୋହସିନଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହ ଆସିବା ପାଇଁ ବାଧ୍ୟ କରିଥିଲେ । ଯେତେବେଳେ ମୋହସିନଙ୍କ ସ୍ତ୍ରୀ ଜୋରରେ ପାଟି କରି ବିରୋଧ କରିଥିଲେ, ସେତେବେଳେ ଗାଁ ପଂଚାୟତରେ ଏନେଇ ସଭା ଡକାଯାଇଥିଲା । ସଭାର ସଦସ୍ୟମାନେ ନିଷ୍ପତ୍ତି ନେଲେ ଯେ ମୋହସିନଙ୍କ ଦୁଇଟି ପିଲା ମଧ୍ୟରୁ ଗୋଟିଏକୁ ଜୁଆ ଖେଳର ବିଜେତାଙ୍କୁ ଦିଆଯିବ । ଏହାପରେ ପଂଚାୟତର ନିର୍ଦ୍ଦେଶାନୁସାରେ ଜୁଆର ବିଜେତା ପିଲାକୁ ନେଇ ଚାଲିଯାଇଥିଲେ । ଏହି ନିଷ୍ପତ୍ତିରେ ମୋହସିନଙ୍କ ସ୍ତ୍ରୀ ରାଗି ଯାଇ ମୋହସିନଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ସ୍ୱାମୀ ଓ ଅନ୍ୟ ପାଂଚ ଜଣଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ମୋହସିନ ଓ ତାଙ୍କ ସ୍ତ୍ରୀ ୨୦୧୨ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଓ ତା’ପରେ ତାଙ୍କର ଦୁଇଟି ପୁଅ ଜନ୍ମ ହୋଇଥିଲେ । ମୋହସିନଙ୍କ ଜୁଆ ଖେଳ ନିଶା ଯୋଗୁଁ ସେ ୨୦୧୫ରେ ନିଜ ସ୍ତ୍ରୀ ଓ ପୁଅଙ୍କୁ ହରାଇଥିଲେ । ମୋହସିନଙ୍କୁ ଛାଡପତ୍ର ଦେଲାପରେ ସେ ଚନ୍ଦୋଡର ଯୁବକଙ୍କୁ ବିବାହ କରିଛନ୍ତି । ଦୁଃଖିତ ପତ୍ନୀ ସିଜେଏମ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ତାଙ୍କ ପିଟିସନକୁ ଆଧାର କରି ଅଦାଲତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତ ସ୍ୱାମୀ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ କହିଛି । ଏହି ମାମଲାର ଯାଂଚ କରାଯାଉଛି ଓ ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ଏକ ଟିମ ଗଠନ କରିଛି ।