ଶିବ ମନ୍ଦିରରେ ଅଧିଆ ପଡିଥିଲେ, ସ୍ନାନ କରିବାକୁ ଯାଇ ନଦୀରେ ଭାସିଗଲେ

178

କନକ ବ୍ୟୁରୋ :  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ମଙ୍ଗଳବାର ଭୋରରୁ ଗାଧୋଉଥିବା ବେଳେ ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।  ମୃତ ଯୁବକ ଜଣକ ହେଲେ  ନାକଟିଦେଉଳ ଥାନା ବାଟଗାଁର ଝସକେତନ ଦେହୁରୀ । ଝସକେତନ କୁଞ୍ଜମୁରା ଶିବ ମନ୍ଦିରରେ ମନସ୍କାମନା ପୂରଣ ପାଇଁ କିଛିଦିନ ହେଲା ଅଧିଆ ପଡ଼ିଥିଲେ। ଆଜି ଭୋରରୁ ସେ ସ୍ନାନ କରିବା ପାଇଁ ଟିକିରା ନଦୀକୁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ପୁଲିସ, ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ କର୍ମଚାରୀ ନଦୀରୁ  ଶବ ଉଦ୍ଧାର କରିଥିଲେ।

ଏ ସମ୍ପର୍କରେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି। ମୃତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ନାକଟିଦେଉଳ ତହସିଲଦାର ସୁକାନ୍ତ ନାଏକଙ୍କୁ ପଚାରିବାରୁ ସେ ତଦନ୍ତ ପାଇଁ ଆରଆଇଙ୍କୁ କହିଥିବା କହିଥିଲେ। ତଦନ୍ତ ପରେ ସରକାରଙ୍କ ନିୟମ ଅନୁଯାୟୀ ସହଯୋଗ ମିଳିବ ବୋଲି କହିଛନ୍ତି।