ନମୋଙ୍କ ନିଆରା ଅନ୍ଦାଜ । ସକାଳୁ ସକାଳୁ ହାତରେ ଜରି ଧରି ବେଳାଭୂମି ସଫା କଲେ ମୋଦି ।

127

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସ୍ୱଚ୍ଛ ଭାରତ ମିଶନର ଚିତ୍ର । ସ୍ୱଛ ଭାରତ ଅଭିଯାନକୁ ସଫଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ପ୍ରୟାସ । ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ସ୍ୱଚ୍ଛ ଭାରତ ପାଇଁ ସଫେଇ କରିଛନ୍ତି ମୋଦି । ସମୁଦ୍ର ତଟରେ ହାତରେ ଜରି ଧରି ସଫା କରିଛନ୍ତି ମୋଦି ।

ନମୋଙ୍କ ନିଆରା ଅନ୍ଦାଜ । ବେଳାଭୂମି ସଫା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାତରେ ଜରି ଧରି ବୁଲି ବୁଲି କଲେ ବେଳାଭୂମିର ସଫେଇ । ବେଳାଭୂମିରେ ପଡିଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ପ୍ରଧାନମନ୍ତ୍ରୀ ନିଜେ ହାତରେ ଉଠାଇଛନ୍ତି । ପ୍ରାୟ ୩୦ ମିନିଟ ଧରି ମମଲ୍ଲାପୁରମ୍ ତଟରେ ଏହି ସଫେଇ ଅଭିଯାନ କରିଥିଲେ ମୋଦି । ଏହା ସହିତ ସାରା ଦେଶବାସୀଙ୍କୁ ନିଜ ଚାରିପଟେ ଥିବା ପରିବେଶକୁ ସ୍ୱଚ୍ଛ ରଖିବାକୁ ସୁନ୍ଦର ବାର୍ତ୍ତାଟିଏ ବି ଦେଇଛନ୍ତି ମୋଦି ।

ବିଶ୍ୱନେତାଙ୍କ ସହିତ ଅତ୍ୟନ୍ତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ବି ମୋଦି ମହାବଳୀପୁରମର ବେଳାଭୂମି ସଫେଇ ପାଇଁ ସମୟ କାଢିଛନ୍ତି । ଯାହାର ଏକ ଭିଡିଓକୁ ମୋଦି ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ନିଜର ଦୈନନ୍ଦିନ କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ପରିବେଶକୁ ସ୍ୱଚ୍ଛ ରଖିବାକୁ ସମୟ ଦେବାକୁ ହେବ । କାରଣ ପରିବେଶ ସ୍ୱଚ୍ଛ ରହିଲେ, ଆମେ ସୁସ୍ଥ ପରିବେଶରେ ସୁସ୍ଥ ଜୀବନ ଯାପନ କରିପାରିବା ପାଇଁ ମୋଦି ଦେଇଛନ୍ତି ବାର୍ତା ।

ଚୀନ୍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପରସ୍ପରକୁ ଭେଟିବା ପାଇଁ ତାମିଲନାଡୁ ମହାବଳୀପୁରମର ଏକାଠି ହୋଇଥିଲେ । ଏହି ଅବସରରେ ଭାରତ ଓ ଚୀନ୍ ଭାଇ ଭାଇ ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି । ବିଶ୍ୱର ଦୁଇ ନେତାଙ୍କ ଏହି ଐତିହାସିକ ସାକ୍ଷାତର ସାକ୍ଷୀ ରହିଛି ଚେନ୍ନାଇ ।