ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଯୁବକଙ୍କୁ ନିସ୍ତୁକ ! ପାଦ ଛୁଆଁଇ ଭୁଲ ମଗାଇଲେ , ପୁଲିସରେ ଜିମା ଦେଲେ

38

କନକ ବ୍ୟୁରୋ : ଛାତ୍ରୀଙ୍କୁ କମେଂଟ ମାରିବା ଅଭିଯୋଗରେ ପରିବାର ଲୋକେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କୁ ଛାତ୍ରୀଙ୍କ ପାଦ ଛୁଆଁଇ କ୍ଷମା ମାଗିଛନ୍ତି । ତା ପରେ ତାକୁ ପୋଲିସରେ ଜିମା ଦେଇଛନ୍ତିା ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ତେନ୍ତୁଳିଡିହି ପଂଚାୟତରେ । ସଂପୃକ୍ତ ଛାତ୍ରୀ ଦଶମ ଶ୍ରେଣୀରେ ପଢୁଥିଲେ । ସେ ପ୍ରତିଦିନ ସ୍କୁଲକୁ ଯିବା-ଆସିବା କରୁଥିବାବେଳେ ସଂପୃକ୍ତ ବ୍ୟକ୍ତି ଅଶ୍ଲୀଳ କମେଂଟ କରୁଥିଲେ । ଏ ନେଇ ଛାତ୍ରୀ ଘର ଲୋକଙ୍କୁ ଜଣାଇଥିଲେ । ତେବେ ପରିବାର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ମାଡ ମାରି ଛାତ୍ରୀର ପାଦ ଛୁଆଁଇ ଭୁଲ ମଗାଇଥିଲେ ଓ ପୋଲିସରେ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ଏପରିକି ଘର ଲୋକଙ୍କୁ ନ କହିବା ପାଇଁ ସେ ଛାତ୍ରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।