୭୦ ଲକ୍ଷ ଟଙ୍କାର ଗହଣା ପିନ୍ଧି ରାସ୍ତାରେ ବୁଲୁଥିଲେ ଗୋଲ୍ଡମ୍ୟାନ । ଉଠାଇ ନେଲା ପୋଲିସ

ନିର୍ବାଚନ ଆଚାର ସଂହିତାର ନିୟମ ଅନୁଯାୟୀ, ଏହି ସମୟରେ ମହିଳା ମାନେ କେବଳ ୫୦୦ ଗ୍ରାମର ସୁନା ଓ ପୁରୁଷ ମାନେ ୨୫୦ ଗ୍ରାମର ସୁନା ଆଭୂଷଣ ପିନ୍ଧିବାକୁ ଅନୁମତି ମିଳିଥାଏ ।

1,183

ସୁନା ଗହଣା ପିନ୍ଧିବାକୁ କାହାକୁ ବା ଭଲ ଲାଗେନି । କିନ୍ତୁ ସୁନା ପିନ୍ଧିବା ଏବେ ମଧ୍ୟପ୍ରଦେଶର ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଦୁଇ କିଲୋ ଓଜନର ସୁନା ଆଭୂଷଣ ପିନ୍ଧି ଏବେ ହଟହଟା ହୋଇଛନ୍ତି ମଧ୍ୟପ୍ରଦେଶର ଗୋଲ୍ଡମ୍ୟାନ । ତାଙ୍କୁ ନିବାର୍ଚନ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମଙ୍ଗଳବାର ଗିରଫ କରିବା ସହ ହେପାଜତକୁ ନେଇଛି ।

ସୂଚନା ଅନୁଯାୟୀ, ଲୁଇସ ପଲ ନାମକ ଏକ ବ୍ୟକ୍ତି ନିଜ କାରରେ ଝାନ୍ସିରୁ ମୁମ୍ବାଇ ଯାଉଥିବା ବେଳେ ତାଙ୍କୁ ପୋଲିସ ଅଟକ ରଖିଥିଲା । କାରଣ ସେ ବେକରେ ଦୁଇଟି ମୋଟା ଚେନ୍, ହାତରେ ସୁନାର ବ୍ରେସଲେଟ, ସୁନାର ଘଣ୍ଟା, ସୁନାର ଦାମୀ ମୁଦି ଭଳି ଆଭୂଷଣ ପିନ୍ଧିଥିଲେ । ଯାହାର ମୂଲ୍ୟ ପାଖାପାଖି ୭୦ ଲକ୍ଷରୁ ଅଧିକ ରହିଥିଲା । ତେବେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ତାଙ୍କୁ ଅଟକ ରଖିବା ପଛର କାରଣ ମଧ୍ୟ ରହିଛି । କାରଣ ମଧ୍ୟପ୍ରଦେଶରେ ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ କରାଯାଇଛି ।

ନିର୍ବାଚନ ଆଚାର ସଂହିତାର ନିୟମ ଅନୁଯାୟୀ, ଏହି ସମୟରେ ମହିଳା ମାନେ କେବଳ ୫୦୦ ଗ୍ରାମର ସୁନା ଓ ପୁରୁଷ ମାନେ ୨୫୦ ଗ୍ରାମର ସୁନା ଆଭୂଷଣ ପିନ୍ଧିବାକୁ ଅନୁମତି ମିଳିଥାଏ । କିନ୍ତୁ ଧରାପଡିଥିବା ବ୍ୟକ୍ତି ଜଣକ ଦୁଇ କିଲୋରୁ ମଧ୍ୟ ଅଧିକ ଆଭୁଷଣ ପିନ୍ଧିଥିଲେ । ତେଣୁ ତାଙ୍କୁ ଅଟକ ରଖାଯାଇଥିଲା । ତେବେ କଷ୍ଟମ ବିଭାଗର ଅଧିକାରୀ ମାନେ ଆଭୂଷଣର ବିଲ ଦେଖିବା ପରେ ତାଙ୍କୁ ଛାଡି ଦେଇଥିଲେ ।